ବିଭିନ୍ନ ସ୍ଥାନରେ ବନ ମହୋତ୍ସବ
ତାଳଚେର : ତାଳଚେର ବ୍ଲକ କଳମଛୁଇଁ ଗ୍ରାମ ସ୍ଥିତ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମା’ ହିଙ୍ଗୁଳା ପାଠାଗାର ପକ୍ଷରୁ ୭୬ତମ ବନ ମହୋତ୍ସବ ପାଳନ କରାଯାଇଛି । ଏହି ଅବସରରେ ଅନୁଗୋଳ ବାରସିଂହା ଗ୍ରାମ ସ୍ଥିତ ଶ୍ରୀ ଅଭିରାମ ପରମହଂସ ଆଶ୍ରମ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପାଠାଗାରର ସମ୍ପାଦକ ପ୍ରକୃତିବନ୍ଧୁ ବିଭୂତି ଭୂଷଣ ସ୍ୱାଇଁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବରିଷ୍ଠ ଶିକ୍ଷାବିତ୍ ଡ.ପ୍ରଶାନ୍ତ କୁମାର ରଥ, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ କୃଷ୍ଣଚନ୍ଦ୍ର ସାହୁ, ଅଧ୍ୟାପିକା ବିନୋଦିନୀ ପାଣି, ସମାଜସେବୀ ବୀରବିକ୍ରମ ସିଂ ସାମଲ ଓ ସୁକାନ୍ତି ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ପାଠାଗାରର ସଦସ୍ୟମାନେ ମଠ ପରିସରରେ ଆମ୍ବ, ପିଜୁଳି, ଲେମ୍ବୁ, ନଡ଼ିଆ, ବେଲ ଆଦି ୩୦ଟି ଚାରା ରୋପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ପଚାନନ ବେହେରା, ସାଲିନା ସ୍ୱାଇଁ, ପ୍ରମିଳା ସ୍ୱାଇଁ ଓ ତପସ୍ୱିନୀ ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ ।
ନୀଳଗିରି : ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ନୀଳଗିରି ମହାବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯୁବ ରେଡକ୍ରସ୍ ପକ୍ଷରୁ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ରାଉଳଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ବୃକ୍ଷ ହିଁ ଜୀବନ ଉପରେ ଦିଗ୍ଦର୍ଶନ ଦେଇଥିଲେ । ଏହି ଅବସରରେ କଲେଜ ପରିସରରେ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଂଗୀତା ପାତ୍ର, ସୁକାନ୍ତ ପାତ୍ର, ଅଧ୍ୟାପିକା ବନ ସ୍ମିତା ପଣ୍ଡା, ସିମାରାନି ସେଠୀ, ସୁଦେଷ୍ଣା ଚିରସ୍ରୋତା, ଶୁଭଶ୍ରୀ ଜେନା, ରୋଜିନା ରୋଜାଲିନ, ଲକ୍ଷ୍ମୀପ୍ରିୟା ସିଂ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।
ବଡ଼ସାହି : ସ୍ଥାନୀୟ ବଡ଼ସାହି ଲ୍ୟାମ୍ପସ ପକ୍ଷରୁ ଆନ୍ତର୍ଜାତିକ ସମବାୟ ବର୍ଷ ପାଳନ ଉପଲକ୍ଷେ ଏବଂ ୭୬ ତମ ବନ ମହୋତ୍ସବ ଅବସରରେ ବଡ଼ସାହି ସମ୍ବାଦ ସାହିତ୍ୟ ଘର ସହଯୋଗରେ ଛେଳିଆ (କ)ଗ୍ରାମ ପଡ଼ିଆରେ ବିଭିନ୍ନ ପ୍ରକାର ୭୩ ଗୋଟି ଚାରା ରୋପଣ କରାଯାଇଛି । ଲ୍ୟାମ୍ପସ୍ର ଭାରପ୍ରାପ୍ତ ପରିଚାଳନା ନିଦେ୍ର୍ଦଶକ ଭଗବାନ ସାମନ୍ତରାୟଙ୍କ ପରିଚାଳନାକ୍ରମେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଲ୍ୟାମ୍ପସ୍ ପରିଚାଳନା ପରିଷଦର ସଭାପତି ଲକ୍ଷ୍ମୀ ସିଂ ଯୋଗ ଦେଇ ଚାରା ରୋପଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ସବୁଜ ପୃଥିବୀ ଆହ୍ୱାନକ୍ରମେ ସମ୍ବାଦ ସାହିତ୍ୟ ଘର ଏଥିରେ ସାମିଲ ହୋଇଥିବାବେଳେ ଛେଳିଆ ପଞ୍ଚାୟତର ସରପଞ୍ଚ ପ୍ରିୟଲତା ସିଂ, ସମିତି ସଭ୍ୟ ସୁଶାନ୍ତ ଦାସ, ସ୍ଥାନୀୟ ଚାଷୀ ବନ୍ଧୁଙ୍କ ସମେତ ଲ୍ୟାମ୍ପସ କର୍ମଚାରୀଗଣ ପ୍ରମୁଖ ଉପସ୍ଥିତ ରହି ଚାରାରୋପଣ କରିଥିଲେ । ସାହିତ୍ୟ ଘର ପକ୍ଷରୁ ସଭାପତି ବଙ୍କିମ ବିହାରୀ ପାତ୍ର, ସମ୍ପାଦକ ରାଜେନ୍ଦ୍ର କୁମାର ଜେନା, ସଂଯୋଜକ ଅମିୟ କୁମାର ବଳା, କାର୍ଯ୍ୟ ନିର୍ବାହୀ ସମ୍ପାଦକ ଶଚିନ୍ଦ୍ର ବିଶ୍ୱାଳ, ସଦସ୍ୟ ଅନନ୍ତ କୁମାର ଶତପଥୀ, ସନ୍ତୋଷ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ଲ୍ୟାମ୍ପସ ନିଦେ୍ର୍ଦଶକ ସୁରଥ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
ବେତନଟୀ : ବେତନଟୀର ପିଏମଶ୍ରୀ ମହାରାଜା ପ୍ରତାପ ଚନ୍ଦ୍ର ଉଚ୍ଚବିଦ୍ୟାଳୟ ପରିସରରେ ବନମହୋତ୍ସବ ଉପଲକ୍ଷେ ବିଭିନ୍ନ ଫୁଲ ଓ ଫଳ ଚାରାରୋପଣ କରାଯାଇଥିଲା । ଏଥିରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀଗଣ ବହୁସଂଖ୍ୟାରେ ଅଂଶଗ୍ରହଣ କରିଥିଲେ । ସିଭିଲ ସୋସାଇଟି, ବେତନଟୀ ପକ୍ଷରୁ ମଧ୍ୟ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା । ଏଥିପୂର୍ବରୁ ବୃକ୍ଷରୋପଣର ଉପକାରିତା ସମ୍ବନ୍ଧରେ ସଂପୃକ୍ତ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ "ପରିବେଶ ସୁରକ୍ଷା’ ଶୀର୍ଷକ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରଧାନଶିକ୍ଷକ ଅର୍ଜୁନ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜୀବନ ସଂଯୋଜକ ନିହାର ରଞ୍ଜନ ସାମଲ, ବନପାଳ ପ୍ରଦୀପ କୁମାର ଦେହୁରୀ, ଡ଼ିଇଓ ଉପେନ୍ଦ୍ର ପାତ୍ର, ଅଫିସ ସହାୟିକା ରଂଜିତାଙ୍କ ସହ ସିଭିଲ ସୋସାଇଟିର କାର୍ଯ୍ୟକାରୀ ସଭାପତି ହରିଶ ଚନ୍ଦ୍ର ନନ୍ଦ ଗୋସ୍ୱାମୀ, ସାଧାରଣ ସଂପାଦକ ସଚ୍ଚିଦାନନ୍ଦ ମହାନ୍ତିଙ୍କ ସହ ବାସୁଦେବ ନାପିତ, ହରେନ୍ଦ୍ର ନାଥ ବାରିକ, ଗଶେଶ ଚନ୍ଦ୍ରସାହୁ, ବିଜୟ କୁମାର ଦ୍ୱିବେଦୀ, ରାମଚନ୍ଦ୍ର ପଣ୍ଡା, ଦୁର୍ଯେ୍ୟାଧନ ସିଂ ପ୍ରମୁଖ ଅଂଶଗ୍ରହଣ ସହ ବୃକ୍ଷର ଉପକାରିତା ଓ ବୃକ୍ଷ ରୋପଣର ଆବଶ୍ୟକତା ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷିକାଗଣ ସହଯୋଗ କରିଥିଲେ ।