ଉକଳ ଦିବସରେ ଗଣଦୌଡ
ବାଲିଅନ୍ତା : ପବିତ୍ର ଉକôଳ ଦିବସ ଉପଲକ୍ଷେ ନିର୍ଭିକ ଖବର ଓ ଅରବିନ୍ଦ ୟୁଥ୍ ଆଣ୍ଡ ସୋସିଆଲ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ହେବାକୁ ଥିବା ଜୟଦେବ ଗଣଦୌଡ ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ବାଳକାଟି ସ୍ଥିତ କନଭେସନଠାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଏପ୍ରିଲ ୧ ତାରିଖ ଦିନ ବାଳକାଟି ସ୍ଥିତ ସଂଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ପ୍ରତିମୂର୍ତ୍ତି ଠାରୁ ଆରମ୍ଭ ହୋଇ ହୀରାପୁର ସ୍ଥିତ ମା' ମହାମାୟା ୬୪ ଯୋଗିନୀ ପୀଠରେ ଶେଷ ହେବ । ଏହି ଗଣଦୌଡରେ ୧୮ରୁ ୩୫ବର୍ଷ ବର୍ଗର ଉଭୟ ମହିଳା ଓ ପୁରୁଷ ଭାଗ ନେଇପାରିବେ । ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଯଥାକ୍ରମେ ୧୦ ହଜାର, ୭ହଜାର ଓ ୫ ହଜାର ଟଙ୍କାର ଆର୍ଥିକ ରାଶି ପୁରସ୍କାର ପ୍ରଦାନ କରାଯିବ । ଆଜିଠାରୁ ଇଛୁକ ପ୍ରତିଯୋଗୀ ପଞ୍ଜିକରଣ କରିପାରିବା ପାଇଁ ସଦ୍ଭଲକ୍ଟ.ଦ୍ଭସକ୍ସଭଷସଳବଳଷବଭବକ୍ସଅଶଜ୍ଞବସକ୍ଷ.ମକ୍ଟଜ୍ଞ ଇମେଲ ଆଇଡି କିମ୍ବା ୯୪୩୯୧୧୫୭୨୯ ୱାଟ୍ସଆପ ଜରିଆରେ ନିଜର ନାମ, ବୟସ ଓ ମୋବାଇଲ ନମ୍ବର ଦେଇ ପଞ୍ଜିକରଣ କରିପାରିବେ । ପଞ୍ଜିକରଣ ନିମନ୍ତେ ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ୯୯ଟଙ୍କା ଦେୟ ପୈଠ କରିବାକୁ ହେବ । ଏହି ଅବସରରେ ଗଣଦୌଡର ଲୋଗୋ ଓ ଜର୍ସି ଉନ୍ମୋଚନ କରାଯାଇଥିଲା । ଜୟଦେବ ନିର୍ବାଚନ ମଣ୍ଡଳୀର ଐତିହ୍ୟ ଓ ପର୍ଯ୍ୟଟନକୁ ସମୃଦ୍ଧ, ଜୀବନ୍ତ ଓ ସ୍ପନ୍ଦନମୟ କରିବାକୁ ଏହା ଏକ ଆହ୍ୱାନ ବୋଲି ମତ ରଖିଥିଲେ ‘ନିର୍ଭୀକ ଖବର'ର ସମ୍ପାଦକ ଆଶୁତୋଷ ଚୌଧୁରୀ । ଯୁବବର୍ଗଙ୍କୁ ଏହି ଗଣଦୌଡରେ ଭାଗନେଇ ଆମ ଅଞ୍ଚଳର ଗର୍ବ ଗୌରବକୁ ଆଗେଇ ନେବାକୁ ମତବ୍ୟକ୍ତ କରିଥିଲେ ଅରବିନ୍ଦ ୟୁଥ୍ ଆଣ୍ଡ ସୋସିଆଲ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ଡ଼ ଅରବିନ୍ଦ ଢ଼ାଲି । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ପୁସ୍ତକ ମେଳାର ସମ୍ପାଦକ ବିଧୁଭୂଷଣ ପଟ୍ଟନାୟକ ଓ ଶିଶୁ ଅନନ୍ତ ପ୍ରେସ୍ କ୍ଳବର ସଭାପତି ବିଦ୍ୟାଭୂଷଣ ଭୋଳ ପ୍ରମୁଖ ଉପସ୍ଥିତ ଥିଲେ । ନିର୍ଭୀକ ଖବର ସହ ସମ୍ପାଦକ ପ୍ରଳୟ କୁମାର ଦାସ ସଭା ପରିଚାଳନା କରିଥିଲେ । ପ୍ରକୃତି ବନ୍ଧୁ ଦୀନବନ୍ଧୁ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।