ପାରାଦୀପ ଲକ୍ ଥାନାର ଗୃହ ଉଦ୍ଘାଟନ

 ପାରାଦୀପ : ଜଗତସିଂହପୁର ଜିଲ୍ଲାର ପାରାଦୀପ ଗଡଠାରେ ଅବସ୍ଥିତ ପାରାଦୀପ ଲକ୍ ଥାନା ୨୦୦୯ ମସିହାରୁ ଏକ କ୍ଷୁଦ୍ର ଗୃହରେ କାର୍ଯ୍ୟ କରି ଆସୁଥିଲା  । ଥାନା ଗୃହରେ ପର୍ଯ୍ୟାପ୍ତ ପରିମାଣର ବସିବା ପାଇଁ ସ୍ଥାନ ନଥିବା ଓ କ୍ଷୁଦ୍ର ହାଜତ୍ ଗୃହ ଥିବାରୁ ଥାନା କାର୍ଯ୍ୟ ପରିଚାଳନାରେ ବ୍ୟାହତ ସୃଷ୍ଟି ହେଉଥିଲା  ।  ପାରାଦୀପରେ ଥିବା ପାଞ୍ଚଟି ଥାନା ମଧ୍ୟରୁ ଲକ୍ ଥାନା ଅତ୍ୟନ୍ତ ସମ୍ବେଦନଶୀଳ ଓ ଅପରାଧ ପ୍ରବଣ ଥାନା ହୋଇଥିବାରୁ ରାଜ୍ୟ ସରକାର ଏହାର ଗୁରୁତ୍ୱକୁ ଉପଲବ୍ଧି କରି ଏକ ସୁସଜ୍ଜିତ ଦି’ତଳ ନୂତନ ଗୃହ ନିର୍ମାଣ କରିଛନ୍ତି  । ଆଜି ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଭିସି ମଧ୍ୟମରେ ଉକ୍ତ ଥାନାର ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୪ଟି ଥାନା ଉଦ୍ଘାଟନ କରିଛନ୍ତି  । ଏହି ଅବସରରେ ପାରାଦୀପ ଲକ୍ ଥାନା ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉଦଘାଟନ ଉସôବରେ ମୁଖ୍ୟଅତିଥି ଭାବେ ଜଗତସିଂପୁର ସାଂସଦ ବିଭୁ ପ୍ରସାଦ ତରାଇ, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭବାନୀ ଶଙ୍କର ଉଦ୍ଗାତା, ଅତିରିକ୍ତ ଜିଲାପାଳ ନିରଞ୍ଜନ ବେହେରା, ଗଡ ଗ୍ରାମ ପଞ୍ଚାୟତ ସରପଞ୍ଚ ସସ୍ମିତା ବେହେରା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସ୍ମୃତିରଞ୍ଜନ କର ଯୋଗଦେଇ ଆନୁଷ୍ଠାନିକ ଭାବେ ନୂତନ ଥାନା ଗୃହକୁ ଉଦଘାଟନ କାର୍ଯ୍ୟରେ ସାମିଲ ହୋଇଥିଲେ  । ଆଡ଼ଭୋକେଟ୍ ସଞ୍ଜୟ କୁମାର ବେହେରା ସଭାକାର୍ଯ୍ୟ ସଞ୍ଚାଳନ କରିଥିବା ବେଳେ ତିର୍ତ୍ତୋଲ ଏସଡିପିଓ ଚିନ୍ମୟ ରାଉତ ଧନ୍ୟବାଦ୍ୟ ପ୍ରଦାନ କରିଥଲେ  । ଲକ୍ ଥାନାଧିକାରୀ  ରଶ୍ମି ରଞ୍ଜନ ଦାଶ ଏହାର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ କରିଥିବା ବେଳେ ଅଭୟ ଚାନ୍ଦପୁର ଥାନାଧିକାରୀ ସମୀର କୁମାର ରାଉତ, ଆଦର୍ଶ ଥାନାଧିକାରୀ କାବୁଲି ବାରିକ, ଜଟାଧାର ମୁହାଣ ସାମୁଦ୍ରିକ ଥାନାଧିକାରୀ କଲ୍ୟାଣୀମୟୀ ଷେଣ୍ଢ ପ୍ରମୁଖ ଉପସ୍ଥିତ ରହି ଉଦ୍ଘାଟନ ଉସôବକୁ ପରିଚାଳନା କରିଥିଲେ  । ଅନ୍ୟମାନଙ୍କ ମଧ୍ୟରେ ଅନନ୍ତ ବିଶ୍ୱାଳ, ଚନ୍ଦ୍ରକାନ୍ତ ସ୍ୱାଇଁ, ମନୋଜ ସ୍ୱାଇଁ, ସଂଗ୍ରାମ ବେହେରା ପ୍ରମୁଖ ସହଯୋଗ କରିଥିଲେ  ।