ଉକ୍ରର୍ଷ ନିମାପଡ଼ା-୨୦୨୫ : ସାମ୍ବାଦିକ ସମ୍ମିଳନୀରେ ଉପ-ମୁଖ୍ୟମନ୍ତ୍ରୀଙ୍କ ଯୋଗଦାନ
ନିମାପଡା : ଆଜି ଅପରାହ୍ନରେ ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମଠାରେ ଜୁନ୍ ୩ ଓ ୪ତାରିଖରେ ହେବାକୁ ଥିବା ଉକôର୍ଷ ନିମାପଡା ୨୦୨୫ ନିମନ୍ତେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ନିମାପଡା ବିଧାୟିକା ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇ ବିକଶିତ ନିମାପଡା ଗଠନ ନିମନ୍ତେ ଏହାହିଁ ପ୍ରଥମ ପାହାଚ ବୋଲି କହିଥିଲେ । ହେବାକୁ ଥିବା ଉକôର୍ଷ ନିମାପଡା ୨୦୨୫ର ମୂଳଲକ୍ଷ୍ୟ ହେଉଛି ଉକôର୍ଷ ଗ୍ରାମ, ସୁସ୍ଥ ନିମାପଡା, ମହିଳା ସଶକ୍ତିକରଣ, କୃଷକ ସଶକ୍ତିକରଣ, ପର୍ଯ୍ୟଟନ, ଶିଳ୍ପ ଅଭିବୃଦ୍ଧି, ଅପରାଧ ରହିତ ନିମାପଡା, ସ୍ମାର୍ଟ ନିମାପଡା ପରି ୧୧ଗୋଟି ବିଷୟକୁ ଗୁରୁତ୍ୱ ଦେବା । ଉକôର୍ଷ ନିମାପଡାରେ ଜନପ୍ରତିନିଧି, ବୁଦ୍ଧିଜୀବୀ, ସ୍ଥାନୀୟ ଜନସାଧାରଣ, ଇଣ୍ଡଷ୍ଟ୍ରି ଏକ୍ସପର୍ଟଙ୍କ ମତାମତକୁ ନେଇ ହେବ ଉକôର୍ଷ ନିମାପଡା ୨୦୩୬ ରୋଡ ମ୍ୟାପ । ଓଡ଼ିଶା ପ୍ରଦେଶ ଗଠନରେ ଶତବାର୍ଷିକୀ (୨୦୩୬) ସୁଦ୍ଧା ବିକଶିତ ଓଡ଼ିଶାର ସ୍ୱପ୍ନ ସାକାର ପାଇଁ ବିଜେପି ସରକାର ସଙ୍କଳ୍ପ ବଦ୍ଧ । ଓଡିଶାକୁ ଏକ ସମୃଦ୍ଧ ଓ ଶିଳ୍ପୋନ୍ନତ ରାଜ୍ୟ ଭାବେ ଗଢିତୋଳିବାକୁ ଡବଲ ଇଞ୍ଜିନ ସରକାର ପ୍ରୟାସ ଜାରିରଖିବା ସହ ପ୍ରତି ଗାଁ, ପ୍ରତି ସହର ଏବଂ ପ୍ରତି ନିର୍ବାଚନ ମଣ୍ଡଳୀ ବିକଶିତ ହେଲେ ହିଁ ବିକଶିତ ଓଡିଶା ସମ୍ଭବ ହେବ । ଏହି ଉଦେ୍ଦଶ୍ୟକୁ ସାକାର କରିବା ପାଇଁ ପ୍ରଥମ ଥର ପାଇଁ ନିମାପଡା ଠାରେ ଆୟୋଜିତ ହେବାକୁ ଯାଉଚି ଉକôର୍ଷ ନିମାପଡା ୨୦୨୫ । ନିମାପଡା ଇଣ୍ଡୋର ଷ୍ଟାଡିୟମସ୍ଥିତ ନୂଆ ବାରବାଟି ପଡିଆରେ ଦୁଇଦିନ ଧରି ଆୟୋଜିତ ହେବ ଉକôର୍ଷ ନିମାପଡା ସମ୍ମିଳନୀ । ଏହା ୩ଏବଂ ୪ ତାରିଖରେ ହେବାକୁ ଥିବା ବେଳେ ଉଦ୍ଘାଟନୀ ସମାରୋହରେ ମାନ୍ୟବର ରାଜ୍ୟପାଳ ଶ୍ରୀ ହରିବାବୁ କମ୍ଭମପାଟି ଯୋଗଦେବାକୁ ଥିବା ବେଳେ ପୁରୀ ଓ ଜଗତସିଂହପୁର ଲୋକସଭା ସାଂସଦ, ସମସ୍ତ ବିଧାୟକ ମାନେ ଯୋଗଦେବେ । ଉଦଯାପନୀ ସନ୍ଧ୍ୟାରେ ବିଭିନ୍ନ ବିଭାଗର ମନ୍ତ୍ରୀଙ୍କ ସମେତ ସାଂସଦ, ବିଧାୟକମାନେ ଉପସ୍ଥିତ ରହିବାର କାର୍ଯକ୍ରମ ରହିଛି । ଏହି ସମ୍ମିଳନୀ ଦ୍ୱାରା ନିମାପଡାର ସାମଗ୍ରିକ ଓ ଦୀର୍ଘସ୍ଥାୟୀ ଆର୍ଥିକ ଅଭିବୃଦ୍ଧିକୁ ତ୍ୱରାନିତ କରିବା ସହ ଅଞ୍ଚଳରେ ଶିକ୍ଷା ଓ ସ୍ୱାସ୍ଥ୍ୟର ମାନ ବଢିବ ଏବଂ ଶିଳ୍ପ ଅଭିବୃଦ୍ଧି ତଥା ନୂତନ ନିଯୁକ୍ତି ସୃଷ୍ଟି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହେବ । ବିକଶିତ ନିମାପଡା ଗଠନର ସ୍ୱପ୍ନକୁ ସାକାର କରିବା ସହ ଓଡ଼ିଶାକୁ ଭାରତରେ ଏକ ଅଗ୍ରଣୀ ଅର୍ଥନୈତିକ ଶକ୍ତିଶାଳୀ ରାଜ୍ୟର ଆକାଂକ୍ଷାକୁ ସାକାର କରିବା ଦିଗରେ ଉକôର୍ଷ ନିମାପଡା ୨୦୨୫ ଏକ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଇପାରିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ ।