୧୪ରେ ସଞ୍ଜୁ ଡ୍ୟାନ୍ସ ସ୍କୁଲର ନୃତ୍ୟ ପ୍ରତିଯୋଗିତା

 ଭୁବନେଶ୍ୱର : ସଞ୍ଜୁ ଡ୍ୟାନ୍ସ ସ୍କୁଲର ପ୍ରଥମ ବାର୍ଷିକୋତ୍ସବ ଉପଲକ୍ଷେ ଜୁନ୍ ୧୪ରେ ଏକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ଏହି ପ୍ରତିଯୋଗିତା ବିଜୁ କଲ୍ୟାଣ ମଣ୍ଡପ ଥାଲକୁଡ଼ି ମଙ୍ଗରପୁର ଠାରେ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀମାନଙ୍କୁ ଆର୍ଥôକ ପୁରସ୍କାର ସହ ପ୍ରମାଣପତ୍ର ପ୍ରଦାନ କରାଯିବ ବୋଲି ବିଦ୍ୟାଳୟର ପ୍ରତିଷ୍ଠାତା ସଞ୍ଜୟ ଦାଶ କହିଛନ୍ତି ।  ତେବେ ଏହି ଡ୍ୟାନ୍ସ ସ୍କୁଲଟି ଅଳ୍ପ ଦିନରେ ଏକ ସ୍ୱତନ୍ତ୍ର ପରିଚୟ ପାଇ ପାରିଛି । ସ୍କୁଲରେ ଶିଖୁଥିବା ସମସ୍ତ ଛାତ୍ରଛାତ୍ରୀ ବିଭିନ୍ନ ସ୍ଥାନକୁ ମଧ୍ୟ କାର୍ଯ୍ୟକ୍ରମ କରିବାକୁ ଯାଉଛନ୍ତି । ଏହି ପ୍ରତିଯୋଗିତା ପାଇଁ କୌଣସି ବୟସସୀମା ନଥିବା ବେଳେ ଇଛୁକ ଥିବା ପ୍ରତିଯୋଗୀମାନେ ୮୬୫୮୯୦୭୦୦୮ରେ ଯୋଗାଯୋଗ କରି ଯଥାଶୀଘ୍ର ନାମ ପଞ୍ଜିକରଣ କରିବାକୁ ଅନୁରୋଧ କରାଯାଇଛି ।