ଉପଖଣ୍ଡ ମାନ୍ୟତା ପାଇଁ କଂଗ୍ରେସ ପକ୍ଷରୁ ଦାବିପତ୍ର ପ୍ରଦାନ
ଘୁ.ଉଦୟଗିରି: ଘୁ ଉଦୟଗିରିକୁ ଉପଖଣ୍ଡ ମାନ୍ୟତା ପ୍ରଦାନ ଦାବି କଲା କଂଗ୍ରେସ । ଏହି ଦାବିରେ ସ୍ଥାନୀୟ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି କଂଗ୍ରେସ ଦଳର କର୍ମକର୍ତ୍ତା । ଆଜି ପୂର୍ବତନ ନଗର କଂଗ୍ରେସ ସଭାପତି/ପୂର୍ବତନ ଯୁବକଂଗ୍ରେସ ଉପସଭାପତି ଗଗନ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକ ଓ ଏନଏସି କଂଗ୍ରେସର ମିଳିତ ଭାବେ ବରିଷ୍ଠ କଂଗ୍ରେସ କର୍ମୀ ରମାକାନ୍ତ ମହାପାତ୍ର, ବରିଷ୍ଟ କଂଗ୍ରେସ କର୍ମୀ ଗୋପାଳ ପାତ୍ର, କଂଗ୍ରେସ କର୍ମୀ ଶୁଭ୍ରାଂଶୁ ନାୟଜ, ଯୁବନେତା ଶଶାନନ୍ଦ ପ୍ରଧାନ, କଂଗ୍ରେସ କର୍ମୀ ବାଲୁଙ୍କେଶ୍ୱର ମଲ୍ଲିକ, ଅଜିତ କୁମାର ନାୟକ, ଦିଲୀପ ନାୟକ, ସଂଜୟ କୁମାର ଦିଗାଳ, ରାଜେଶ କୁମାର ସାହୁ, ଅନିଲ ପ୍ରଧାନ ପ୍ରମୁଖ କଂଗ୍ରେସ କର୍ମୀ, ବିଭିନ୍ନ ରାଜନୈତିକ ଦଳର ନେତା ଏବଂ ସାଧାରଣ ଜନତା ମିଳିତ ଭାବରେ ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବିପତ୍ର ଅତିରିକ୍ତ ତହସିଲଦାରଙ୍କୁ ପ୍ରଦାନ କରିଛନ୍ତି । ଘୁ.ଉଦୟଗିରି ଉପଖଣ୍ଡ ପାଇଁ ଦାବି ହେବା କିଛି ନୂଆ ଦାବି ନୁହେଁ । ୧୯୬୦ ମସିହା ଠାରୁ ଘୁ. ଉଦୟଗିରିକୁ ଉପଖଣ୍ଡ ମାନ୍ୟତା ପାଇଁ ଦାବି ହୋଇଆସୁଛି । କିନ୍ତୁ ପ୍ରଶାସନର ଆନ୍ତରିକତାର ଅଭାବ ଯୋଗୁଁ ଘୁଉଦୟଗିରି ଉପଖଣ୍ଡ ଘୋଷଣା ହୋଇ ପାରୁ ନାହିଁ ବୋଲି କଂଗ୍ରେସ ବରିଷ୍ଟ କର୍ମୀ ରମାକାନ୍ତ ମହାପାତ୍ର କହିଛନ୍ତି । ପ୍ରଶାସନର ଅଣଦେଖା ଓ ବୈମାତୃକ ମନଭାବ ଯୋଗୁଁ ଆଜି ଉପଯୁକ୍ତ ଭିତ୍ତିଭୂମି ଥାଇ ମଧ୍ୟ ଘୁ ଉଦୟଗିରିକୁ ଉପଖଣ୍ଡ ମାନ୍ୟତା ପ୍ରଦାନ ବଦଳରେ ଘୁ ଉଦୟଗିରି ଠାରୁ ପ୍ରଶାସନ ଉପଖଣ୍ଡ ସ୍ତରୀୟ ସରକାରୀ କାର୍ଯ୍ୟାଳୟଗୁଡିକୁ ଅନ୍ୟତ୍ର ସ୍ଥାନାନ୍ତରିତ କରୁଛି । ଏହା ଘୁ. ଉଦୟଗିରିବାସୀଙ୍କ ପ୍ରତି ପ୍ରତାରଣା ଓ ଅତ୍ୟନ୍ତ ଚିନ୍ତାଜନକ ଘଟଣା ବୋଲି ପୂର୍ବତନ ନଗର କଂଗ୍ରେସ ସଭାପତି ଗଗନ କୁମାର ପ୍ରଧାନ ମତବ୍ୟକ୍ତ କରିଛନ୍ତି । ଯଦି ସରକାର ଘୁ. ଉଦୟଗିରି ବାସୀଙ୍କ ଦାବି ପ୍ରତି ଯନôବାନ ନ ହୁଅନ୍ତି ତାହା ହେଲେ ଆଗାମୀ ଦିନରେ କଂଗ୍ରେସ ରାଜ ରାସ୍ତାକୁ ଓହ୍ଲାଇ ଆନେ୍ଦାଳନ କରିବ ବୋଲି ପୂର୍ବତନ ନଗର କଂଗ୍ରେସ ସଭାପତି ଗଗନ କୁମାର ପ୍ରଧାନ ଚେତାବନୀ ଦେଇଛନ୍ତି । ଘୁ.ଉଦୟଗିରିକୁ ଯଦି ଉପଖଣ୍ଡ ଘୋଷଣା କରା ନ ଯାଏ ତାହାହେଲେ ଆଗାମୀ ଦିନରେ ଆନେ୍ଦାଳନ ତୀବ୍ରତର ହେବ ବୋଲି ଯୁବ ନେତା ବ୍ଲକ ଯୁବକଂଗ୍ରେସ ସଭାପତି ଶଶାନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି ।