ଉପମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ବ୍ରିଟିଶ୍ ହାଇ କମିଶନର୍
ଭୁବନେଶ୍ୱର : ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ନିଜ ଲୋକସେବା ଭବନର କାର୍ଯ୍ୟାଳୟରେ ବ୍ରିଟିଶ ହାଇ କମିଶନର ମିଷ୍ଟର ଆଣ୍ଡ୍ରୟୂ ଫ୍ଲେମିଙ୍ଗଙ୍କ ସହ ଏକ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ସାକ୍ଷାତକାରରେ ମିଷ୍ଟର ଫ୍ଲେମିଙ୍ଗ ଓଡ଼ିଶା ପର୍ଯ୍ୟଟନ ସହ ଓଡ଼ିଶା ସରକାରଙ୍କ ଦୁରଦୃଷ୍ଟି ସମ୍ପନ୍ନ ଆଭିମୁଖ୍ୟକୁ ପ୍ରଶଂସା କରିଥିଲେ । ଓଡ଼ିଶାର କ୍ରୀଡା ଓ ପର୍ଯ୍ୟଟନ ବିକାଶ ଅନ୍ୟ ସମସ୍ତ ଦେଶ ପାଇଁ ପ୍ରେରଣାର ଉସô ବୋଲି ସେ ଉଲ୍ଲେଖ କରିଥିଲେ । ୱାର୍ଲ୍ଡ ଟ୍ରାଭେଲ୍ ମାର୍କେଟରେ ଓଡ଼ିଶାର ଅଂଶଗ୍ରହଣକୁ ମଧ୍ୟ ସେ ପ୍ରଶଂସା କରିଥିଲେ । ଏହି ଆଲୋଚନାରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଓଡ଼ିଶା ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ଉପରେ ବିଶେଷ ଆଲୋକପାତ କରିବା ସହ ରାଜ୍ୟର ମହିଳାମାନଙ୍କ ପାଇଁ ଦକ୍ଷତା ବିକାଶ କେନ୍ଦ୍ରିକ ତାଲିମ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେଇଥିଲେ ।