ଯାତ୍ରୀବାହୀ ଯାନରେ ହେଉଛି ଗୋ-ଚାଲାଣ
ାା ସ୍ୱତନ୍ତ୍ର ପ୍ରତିନିଧି ଗୋବିନ୍ଦ ଚନ୍ଦ୍ର ପଣ୍ଡା ।ା
ଅମାନବୀୟ ଢଙ୍ଗରେ ବେଗୁନିଆରୁ ହେଉଛି ଦିନକୁଦିନ ହେଉଛି ଗୋ ଚାଲାଣ । ଗଳା ବାଟ ଦେଖି ରାତ୍ରି ଅନ୍ଧକାରରେ ଗୋ ମାଫିଆମାନେ ସକ୍ରିୟ ହୋଇ ରାଜ୍ୟ ବାହାରକୁ ଗୋ ଚାଲଣ କରୁଥିବା ସାମ୍ନାକୁ ଆସିଛି । ତେବେ ସରକାର ବଦଳିବା ପରେ ଗୋ ଚାଲଣ ଉପରେ କିଛି ମାତ୍ରାରେ ରୋକ ଲାଗିଛି । ଖୋଲା ମେଲାରେ ହେଉଥିବା ଗୋ ଚାଲାଣ କରିବାକୁ ଭୟ କରୁଛନ୍ତି ଗୋ ମାଫିଆ । ଏବେ ନୂଆ ତରିକାରେ ଗୋ ମାଫିଆ ରାଜ୍ୟ ବାହାରକୁ ଚାଲାଣ କରାଯାଉଥିବା ଦୃଶ୍ୟ ସାମ୍ନାକୁ ଆସିଛି । ସେହିଭଳି ଯାତ୍ରୀ ବୁହା ଗାଡିରେ ସିଟ୍ ଖୋଲି ଗୋ ମାତାଙ୍କୁ ପୁରାଇ ଚାଲଣ କରାଯାଉଛି । ଯେପରି ଗୋ ଚାଲାଣ ସମ୍ପର୍କରେ କାହାକୁ କିଛି ସନେ୍ଦହ ନହେବ । ତେବେ ଏହିଭଳି ଢଙ୍ଗରେ ଦିନକୁ ଦିନ ବେଗୁନିଆ ବୋଲଗଡ ଅଚଂଳରୁ ଶହ ଶହ ସଂଖ୍ୟାରେ ଗୋ ମାତାଙ୍କୁ ରାଜ୍ୟ ବାହାରକୁ ଚାଲାଣ କରୁଛନ୍ତି ଗୋ ମାଫିଆ ମାନେ । ରବିବାର ଭୋର ସମୟରେ ଯାତ୍ରୀ ବୁହା ଟାଭେରା ଗାଡିରେ ଗୋ ମାତାଙ୍କୁ ଲଦାଯାଇ ରାଜ୍ୟ ବାହାରକୁ ଚାଲଣ କରାଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ଗାଡି । ଯାହା ଫଳରେ ଘଟଣା ସାମ୍ନାକୁ ଆସିଛି । ସୂଚନା ଅନୁଯାଯୀ ରବିବାର ଭୋର ପ୍ରାୟ ୪ଟା ୩୦ ସମୟରେ ଏକ ଯାତ୍ରୀବାହୀ ଟାଭେରା ଖୋର୍ଦ୍ଧା ସଦରଥାନା ଅନ୍ତର୍ଗତ ଡାଳତୋଡା ବଜାର ପୂର୍ବରୁ ଏକ ଦୋକାନ ଘରକୁ ଧକ୍କା ଦେଇ ଦୁର୍ଘଟଣା ଗସ୍ତ ହୋଇଥିଲା । ଦୁର୍ଘଟଣା ଫଳରେ ଘର ଟି ଭାଗିଂଯିବା ସହ ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିଲା । ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ଦେଖିବା ଗାଡି ଭିତରେ ୪ ଟି ଗୋ ମାତା ଥିବା ଦେଖିଥିଲେ । ତେବେ ଯାତ୍ରୀ ବାହି ଗାଡିରେ କିଭଳି ଗୋ ମାତା କୁ ଚୋରା ଚାଲଣ କରାଯାଉଛି ଗ୍ରାମବାସୀ ମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ପୋଲିସକୁ ଖବର ଦେବା ସହ ଗାଡି ଖୋଲି ଗୋ ମାତା ମାନଙ୍କୁ ଉଦ୍ଧାର କରି ଛାଡି ଦେଇଥିଲେ । ପୁଲିସ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚô ଗାଡିକୁ ଜବତ କରିଛି । ସେପଟେ ଗୋ ମାଫିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନ ନିଆଯିବା କାରଣରୁ ଦିନକୁଦିନ ଗୋ ବଂଶ ଲୋପ ପାଇବାରେ ଲାଗିଛି । ଗୋ ମାଫିଆ ନୂଆ ନୂଆ ତରିକା ରେ ଗୋ ଚାଲାଣ କରି ଗୋ ବଂଶ ନିପାତ କରିବାରେ ଲାଗି ପଡିଛନ୍ତି । ଏହା ଉପରେ ସରକାର ଦୁଢ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି ।