ଏଏମ୍/ଏନ୍ଏସ୍ କୁ ଷ୍ଟିଲ ସ୍ଲଗ ଲାଇସେନ୍ସ ପାଇବାରେ ପ୍ରଥମ

ନୂଆଦିଲ୍ଲୀ/ମୁମ୍ବାଇ  : ଆର୍ସଲର ମିତ୍ତଲ ନିପ୍ପନ ଷ୍ଟିଲ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ), ଜାତୀୟ ବୈଜ୍ଞାନିକ ଓ ଶିଳ୍ପ ଗବେଷଣା ପରିଷଦ (ସିଏସଆଇଆର) ଏବଂ ଜାତୀୟ ସଡ଼କ ଗବେଷଣା ପ୍ରତିଷ୍ଠାନ (ସିଆରଆରଆଇ) ସହଭାଗୀତାରେ ସଡକ ନିର୍ମାଣରେ ପ୍ରାକୃତିକ ଏଗ୍ରିଗେଟ୍ସ ଗୁଡ଼ିକର ବିକଳ୍ପ ସ୍ୱରୂପ ପ୍ରକ୍ରିୟାକୃତ ଷ୍ଟିଲ ସ୍ଲାଗ୍ ସଡ଼କ ପ୍ରଯୁକ୍ତିବିଦ୍ୟା ବ୍ୟବହାରକୁ ପ୍ରୋସôାହିତ କରି ଦୀର୍ଘସ୍ଥାୟୀ ଭିତ୍ତିଭୂମି ବିକାଶ ଦିଗରେ ଏକ ପରିବର୍ତ୍ତନକାରୀ ପଦକ୍ଷେପରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି  । ଏଏମ୍/ଏନ୍ଏସ୍ ଇଣ୍ଡିଆ, ଦେଶର ପ୍ରଥମ କମ୍ପାନୀ ଭାବେ ସଡକ ନିର୍ମାଣ କ୍ଷେତ୍ରରେ ପ୍ରକ୍ରିୟାକୃତ ଷ୍ଟିଲ ସ୍ଲାଗ୍ ଏଗ୍ରିଗେଟ୍ସ ଉତ୍ପାଦନ କରିବା ନିମନ୍ତେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା ଏକ ପ୍ରମୁଖ ଜାତୀୟ ଗବେଷଣା ପ୍ରତିଷ୍ଠାନ ସିଏସଆଇଆର-ସିଆରଆରଆଇଠାରୁ ଷ୍ଟିଲ ସ୍ଲାଗ୍ ଭେଲ ରାଇଜେସନ ଟେକ୍ନୋଲୋଜିପାଇଁ ଏକ ପ୍ରତିଷ୍ଠିତ ଲାଇସେନ୍ସ ହାସଲ କରିଛି । ଏହି ଅବସରରେ ବରିଷ୍ଠ ବୈଜ୍ଞାନିକ ଏବଂ ଏହି ପ୍ରଯୁକ୍ତିବିଦ୍ୟାର ଉଦ୍ଭାବକ ସତୀଶ ପାଣ୍ଡେ କହିଛନ୍ତି, "ଷ୍ଟିଲ୍ ସ୍ଲାଗ୍ ସଡକ ପ୍ରଯୁକ୍ତିବିଦ୍ୟା ଭାରତର ସଡକ ଭିତ୍ତିଭୂମି ପାଇଁ ଏକ କ୍ରାନ୍ତିକାରୀ ପଦକ୍ଷେପ । ପ୍ରତ୍ୟେକ ବର୍ଷ ଦେଶରେ ୧୯ ନିୟୁତ ଟନ୍ରୁ ଅଧିକ ଷ୍ଟିଲ୍ ସ୍ଲାଗ୍ ଉତ୍ପନ୍ନ ହୋଇଥାଏ ଏବଂ ଅପରିଶୋଧିତ ଷ୍ଟିଲ୍ ସ୍ଲାଗ୍ର ସିଧାସଳଖ ବ୍ୟବହାର ଷ୍ଟିଲ୍ ସ୍ଲାଗ୍ରୁ ପ୍ରାପ୍ତ କମ୍ପୋଜିଟ୍ ଗୁଡ଼ିକର ଯାନ୍ତ୍ରିକ ଗୁଣ ଏବଂ ସ୍ଥାୟୀତ୍ୱ ପ୍ରତି ବିପଦ ସୃଷ୍ଟିକରିଥାଏ  । ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ)ର ସେଲ୍ସ ଓ ମାର୍କେଟିଂ ବିଭାଗ ନିଦେ୍ର୍ଦଶକ ଏବଂ ଭାଇସ ପ୍ରେସିଡେଣ୍ଟ ରଞ୍ଜନ ଧର କହିଛନ୍ତି ଯେ "ଆମେ ଏହି ଅନନ୍ୟ ପ୍ରଯୁକ୍ତିବିଦ୍ୟାର ଲାଇସେନ୍ସ ହାସଲ କରିବାରେ ପ୍ରଥମ କମ୍ପାନୀ ହୋଇଥିବାରୁ ଗର୍ବିତ । ଏହି ବିକାଶ ଏକ ବୃତ୍ତାକାର ଅର୍ଥନୀତି ପ୍ରତି ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିବା ସହ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବର୍ଜ୍ୟରୁ ବୈଭବ’ ଦୃଷ୍ଟିକୋଣ ସହିତ ସମନ୍ୱୟ ରକ୍ଷା କରୁଛି  ।