ଏନପିଜିର ୯୦ତମ ବୈଠକ : ଯାଜପୁର-କେନ୍ଦୁଝର-ଧାମରା ନୂଆ ରେଳଲାଇନ୍ ପ୍ରସ୍ତାବ

ନୂଆଦିଲ୍ଲୀ: ପିଏମ୍ ଗତିଶକ୍ତି ଯୋଜନା ଅଧୀନ ଏନ୍ପିଜି (ନେଟୱର୍କ ଯୋଜନା ଗୋଷ୍ଠୀ)ର ୯୦ତମ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ଶିଳ୍ପ ଏବଂ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (ଡିପିଆଇଆଇଟି)ର ଯୁଗ୍ମ ସଚିବ ପଙ୍କଜ କୁମାର ଅଧ୍ୟକ୍ଷତା କରି ଏନ୍ପିଜି ୫ଟି ପ୍ରକଳ୍ପର ଭିତ୍ତିଭୂମିକୁ ସୁଦୃଢ଼ କରାଯାଇ ରାଜ୍ୟ ଏବଂ କେନ୍ଦ୍ର ସହିତ ସଂଯୋଗ ଓ ଲଜିଷ୍ଟିକ୍ସ ଦକ୍ଷତା କିପରି ବୃଦ୍ଧି କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଏନପିଜି ପାଞ୍ଚଟି ପ୍ରକଳ୍ପ ଅଧୀନସ୍ଥ ଦୁଇଟି ସଡ଼କ, ଦୁଇଟି ରେଳ ଏବଂ ଗୋଟିଏ ମେଟ୍ରୋକୁ ସମନ୍ୱିତ ବହୁମୁଖୀ ଭିତ୍ତିଭୂମି, ଆର୍ଥିକ ଓ ସାମାଜିକ କେନ୍ଦ୍ରଗୁଡ଼ିକ ସହିତ ଶେଷ-ମାଇଲ ସଂଯୋଗ ଏବଂ ଆନ୍ତଃମୋଡାଲ ସମନ୍ୱୟର ପିଏମ ଗତିଶକ୍ତି ନୀତି ସହିତ କିପରି ସୁପରିଚାଳନା ହୋଇପାରିବ ତାହାର ସବିଶେଷ ଆଲୋଚନା ହୋଇଥିଲା ।
ବୈଠକରେ ଖୋର୍ଦ୍ଧା ଡିଭିଜନ ଅନ୍ତର୍ଗତ ଯାଜପୁର-କେନ୍ଦୁଝର ରୋଡରୁ ଆରଡି ଦେଇ ଧାମରା ବନ୍ଦର ପର୍ଯ୍ୟନ୍ତ ଏକ ୧୦୧.୨୬ କିମି ଦୀର୍ଘ ବ୍ରଡଗେଜ (ବିଜି) ରେଳ ଲାଇନ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି । ଏହି ଗ୍ରୀନଫିଲ୍ଡ ପ୍ରକଳ୍ପର ଉଦେ୍ଦଶ୍ୟ ହେଉଛି ଓଡ଼ିଶାର ଯାଜପୁର ଏବଂ ଭଦ୍ରକ ଜିଲ୍ଲାରେ ମାଲ ପରିବହନ ଏବଂ ଯାତ୍ରୀ ସଂଯୋଗ ବୃଦ୍ଧି କରିବା । ଏହି ରେଳ ଲାଇନ ଶିଳ୍ପ କ୍ଲଷ୍ଟର, କୋଇଲା କ୍ଷେତ୍ର ଏବଂ ଧାମାରା ବନ୍ଦର ମଧ୍ୟରେ ସିଧାସଳଖ ସଂଯୋଗ ପ୍ରଦାନ କରିବ ।