ଏସିଆନ ଜୁନିୟର ଚାମ୍ପିଅନସିପ : ଭାରତୀୟ ଦଳର ଯୁଗ୍ମ ପ୍ରଶିକ୍ଷକ ପ୍ରଣୟ କୁମାର ପାଣି 

କେନ୍ଦୁଝର : ଓଡ଼ିଶା ତଥା କେନ୍ଦୁଝର ପାଇଁ ଏକ ବଡ ଖୁସି ଖବର  । ଓଡ଼ିଶାର ହ୍ୟାଣ୍ଡବଲ କୋଚ ପ୍ରଣୟ କୁମାର ପାଣିଙ୍କୁ ମିଳିଛି ବଡ ଦାୟିତ୍ୱ । ଜୋଡାନ ଠାରେ ହେବାକୁ ଥିବା ଆଗାମି ଏସିଆନ ଜୁନିୟର ଚମ୍ପିଆନସିପ ପାଇଁ ଭାରତୀୟ ଦଳର ଯୁଗ୍ନ ପ୍ରସିକ୍ଷକ ଭାବେ ନିଯୁକ୍ତ ହୋଇଥିବା ଘୋଷଣା କରିଛନ୍ତି ଭାରତୀୟ ହ୍ୟାଣ୍ଡବଲ୍ ଆସୋସିଏସନ୍ର ଆନନେ୍ଦଶ୍ୱର ପାଣ୍ଡେ । ଆସନ୍ତା ଜୁଲାଇ ୧ ତାରିଖରୁ ୧୧ ତାରିଖ ଯାଏ ଜୋଡ଼ାନରେ ଏହି ଅନୁଷ୍ଠିତ ହେବ  । ପ୍ରଣୟ ୮୮ ମସିହାରୁ ହ୍ୟାଣ୍ଡବଲ ଖେଳ ଆରମ୍ଭ କରି ୨୦୦୪ରେ ଜାତୀୟ ରେଫରୀ, ୨୦୧୧ରେ ଅନ୍ତଃର୍ଜାତୀୟ ରେଫରି ଭାବେ କାମ କରିବା ସହ ଓଡ଼ିଶା ଦଳକୁ ପ୍ରଶିକ୍ଷଣ ଦେଉଥିଲେ । ତାଙ୍କ ସମୟରେ ଓଡ଼ିଶା ଦଳ ବହୁବାର ପ୍ରି କ୍ୱାଟର ଓ କ୍ୱାଟର ଫାଇନାଲକୁ ଯାଇଛି । ଏଣୁ ଏ ସବୁକୁ ଅନୁଧ୍ୟାନ କରି ଭାରତୀୟ ହ୍ୟାଣ୍ଡବଲ୍ ଆସୋସିଏସନ୍ ଏହି ନିଯୁକ୍ତି ଦେଇଛି ।