ଅଜଣା ଗାଡି ଧକ୍କାରେ ଚାଲିଗଲା ଆଇଟିଡିଏ କର୍ମଚାରୀଙ୍କ ଜୀବନ
ଚମ୍ପୁଆ : ଆଜି ଭୋର ସମୟରେ ଘଟିଯାଇଛି ଏକ ଅଘଟଣ । ଅଜଣା ଗାଡି ଚକ ତଳେ ଚାଲିଗଲା ଆଇଟିଡିଏ କର୍ମଚାରୀର ଜୀବନ । ସୂଚନା ଅନୁସାରେ ଚମ୍ପୁଆ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ଚମ୍ପୁଆ ମୁଖ୍ୟ ବଜାର ନିକଟରେ ପ୍ରାୟ ୪.୩୦ ମିନିଟ ସମୟରେ ଆଇଟିଡିଏର ଚତୁର୍ଥ ଶ୍ରେଣୀ କର୍ମଚାରୀ ବିରଞ୍ଚô ମହାନ୍ତ କୌଣସି କାର୍ଯ୍ୟପାଇଁ ବସ୍କୁ ଅପେକ୍ଷା କରିଥିବା ବେଳେ ଏକ ଅଜଣ ଗାଡି ତାଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ବିରଞ୍ଚôଙ୍କ ଡାହାଣ ଗୋଡଟି ସମ୍ପୁଣ୍ଣ ନଷ୍ଟ ହୋଇ ଯାଇଥିଲା । ଖବର ପାଇ ଚମ୍ପୁଆ ପୋଲିସ ଘଟଣାସ୍ଥଳରେ ପହଞ୍ଚôବା ସହିତ ବିରଞ୍ଚôଙ୍କୁ ଡାକ୍ତରଖାନା ଆଣିଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ଚମ୍ପୁଆ ପୋଲିସ କେସ ନଂ ୮୩/୨୫ ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି ।