ଓଡ଼ିଆ ପକ୍ଷ ପାଳନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା
ଭୁବନେଶ୍ୱର: ଆଜି ଓଡ଼ିଶା ଦିବସ ବା ଉତ୍କଳ ଦିବସ ରାଜ୍ୟରେ ବହୁ ଉତ୍ସାହର ସହିତ ସମଗ୍ର ରାଜ୍ୟରେ ପାଳନ କରାଯାଉଛି। ୧୯୩୬ ମସିହାରେ ଏହି ଦିନ ଓଡ଼ିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଭାବେ ଗଠନ ହୋଇଥିଲା, ଯାହା ଭାରତରେ ଭାଷାଭିତ୍ତିକ ରାଜ୍ୟ ଗଠନର ପ୍ରଥମ ଉଦାହରଣ। ଏହି ଐତିହାସିକ ଦିନ ଓଡ଼ିଆ ଜାତିର ପରିଚୟ, ସଂସ୍କୃତି ଓ ଗରିମାର ସ୍ମରଣ କରାଇ ଦିଏ। ମୁଖ୍ୟମନ୍ତ୍ରୀ କହିଛନ୍ତି, ”୧ ଏପ୍ରିଲ୍ ‘ଓଡ଼ିଶା ଦିବସ’ ଠାରୁ ୧୪ ଏପ୍ରିଲ୍ ‘ଓଡ଼ିଆ ନବବର୍ଷ’ ପର୍ଯ୍ୟନ୍ତ ଏହି ୧୪ ଦିନ ଆମେ ‘ଓଡ଼ିଆ ପକ୍ଷ’ ଭାବେ ପାଳନ କରାଯିବ। ଏହି ପକ୍ଷର ପ୍ରତ୍ୟେକ ମୁହୂର୍ତ୍ତ ସବୁ ଓଡ଼ିଆଙ୍କ ପାଇଁ ସ୍ୱାଭିମାନ, ସଂସ୍କୃତି, ପରମ୍ପରା ଓ ଅସ୍ମିତାକୁ ନେଇ ପ୍ରେରଣାର ସମୟ ହେଉ । ଓଡ଼ିଆ ପର୍ବ ହେଉ ଆମ ଭାଷା, ସାହିତ୍ୟ, ଖାଦ୍ୟ, ପୋଷାକ, ନୃତ୍ୟ, ସଙ୍ଗୀତ ଓ ସଂସ୍କୃତିର ଉତ୍ସବ। ଏହି ସମୟ ମଧ୍ୟରେ ଯେଉଁ ମହାପୁରୁଷ ଓ ମହିୟସୀ ମାନଙ୍କ ତ୍ୟାଗ ଓ ବଳିଦାନ ଯୋଗୁଁ ୧୯୩୬ ମସିହାରେ ଖଣ୍ଡ ବିଖଣ୍ଡିତ ଓଡ଼ିଶାର ଏକତ୍ରୀକରଣ ସମ୍ଭବ ହୋଇଥିଲା, ସେହି ବିନ୍ଧାଣୀ ମାନଙ୍କୁ ଆମେ ସ୍ମରଣ କରିବା ଓ ସମ୍ମାନ ଦେବା। ଓଡ଼ିଆ ନବବର୍ଷ ଏବଂ ମହାବିଷୁବ ସଂକ୍ରାନ୍ତି ହେଉ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ନୂଆ ଉଦ୍ୟମ, ନୂଆ ସଂକଳ୍ପ ଓ ବିକଶିତ ଓଡ଼ିଶାର ନୂତନ ଅବସର।”