ଓସ୍ମେର ୪୦ବର୍ଷ ପୂର୍ତ୍ତିପାଳନ : ମହିଳା ଉଦ୍ୟୋଗୀଙ୍କୁ ସଶକ୍ତିକରଣରେ ଓସ୍ମେର ପ୍ରମୁଖ ଭୂମିକା
ଭୁବନେଶ୍ୱର: ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସଂଗଠନ(ଓସ୍ମେ) ପକ୍ଷରୁ ଏହାର ୪୦ତମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ରାଜ୍ୟସ୍ତରୀୟ ସମ୍ମିଳନୀ-୨୦୨୫ ପାଳିତ ହୋଇଯାଇଛି । ସମଗ୍ର ଓଡ଼ିଶାରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଓସ୍ମେ) କ୍ଷେତ୍ରର ଅଭିବୃଦ୍ଧିକୁ ଏବଂ ଉଦ୍ୟୋଗକୁ ପ୍ରୋସôାହିତ କରିବା ଦିଗରେ ଓ ସମେର ଚାରିଦଶନ୍ଧିର ଅତୁଟ ପ୍ରତିବଦ୍ଧତାକୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦର୍ଶାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସାରା ରାଜ୍ୟରୁ ୫୦୦ରୁ ଅଧିକ ଏମଏସଏମଇ ଉଦ୍ୟୋଗ ଅଂଶଗ୍ରହଣ କରି ଓଡ଼ିଶାର ବ୍ୟବସାୟୀ ସମୁଦାୟର ଶକ୍ତି ଏବଂ ଜୀବନ୍ତ ତାକୁ ଆଲୋକପାତ କରିଥିଲେ । ଏହି ସମ୍ମିଳନୀକୁ ଓଡ଼ିଶା ସରକାରଙ୍କ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଓଡ଼ିଶା ସରକାରଙ୍କ ମସô୍ୟ ଓ ପଶୁସମ୍ପଦ ବିକାଶ, ଏମ୍ଏସ୍ଏମ୍ଇ ରାଷ୍ଟ୍ରମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଉଦ୍ଘାଟନ କରିଥିଲେ । ଏହି ଅବସରରେ ମାନ୍ୟବର ଓଡ଼ିଶା ସରକାରଙ୍କ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସମ୍ପଦଚନ୍ଦ୍ର ସ୍ୱାଇଁ କହିଛନ୍ତି,"ଓସ୍ମେ ୧୯୮୫ ମସିହାରେ ମାତ୍ର ୮-୧୦ ଜଣ ସଦସ୍ୟଙ୍କ ସହିତ ଏହାର ଯାତ୍ରା ଆରମ୍ଭ କରିଥିଲା ଏବଂ ଆଜି ଏହା ସାରା ଓଡ଼ିଶାରେ ୧୨,୦୦୦ରୁ ଅଧିକ ଉଦ୍ୟୋଗୀଙ୍କୁ ନିଜ ସହ ସାମିଲ କାରିଛି । ଏହା ଉଦ୍ୟୋଗୀ ମାନଙ୍କ ପାଇଁ, ବିଶେଷକରି ମହିଳାମାନଙ୍କ ପାଇଁ ଏକ ସଶକ୍ତୀକରଣ ପ୍ଲାଟଫର୍ମ ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ୨୦୨୪-୨୫ ଆର୍ଥିକ ବର୍ଷରେ, ଓଡ଼ିଶା ଭାରତରେ ମୋଟ ନିବେଶର ୪୦% ଆକର୍ଷଣ କରିବା ସହ ୧୨ ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ବା ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିଛି । "ଏମଏସଏମଇ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସଫଳ ଉଦ୍ୟୋଗୀ ଏବଂ ସରକାରୀ ଅଧିକାରୀ ମାନଙ୍କୁ ସମ୍ମାନିତ କରିବା ସହ ଓସ୍ମେ ପୁରସ୍କାର ୨୦୨୫ ପ୍ରଦାନ କରାଯାଇଥିଲା । ମସô୍ୟ ଓ ପଶୁସମ୍ପଦ ବିକାଶ, ଏମ୍ଏସ୍ଏମ୍ଇ ରାଷ୍ଟ୍ର ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେ “ପ୍ରାକୃତିକ ଏବଂ ମାନବ ସମ୍ବଳରେ ସମୃଦ୍ଧ ଓଡ଼ିଶା ସୁଯୋଗରେ ପରିପୂର୍ଣ୍ଣ । ସମ୍ପ୍ରତି ସରକାର ଲକ୍ଷ୍ୟପତି ଦିଦି ଭଳି ଯୋଜନା ସହିତ, ସରକାର ମହିଳାମାନଙ୍କୁ ସଶକ୍ତ କରୁଛନ୍ତି ଏବଂ ଗ୍ରାମୀଣ ଉଦ୍ୟୋଗକୁ ପ୍ରୋସôାହିତ କରୁଛନ୍ତି । ଏହି କ୍ଷେତ୍ରଗୁଡ଼ିକରେ ଏମ୍ଏସ୍ଏମ୍ଇଗୁଡ଼ିକର ବିକାଶ ଅନ୍ତର୍ଭୁକ୍ତ ଅଭିବୃଦ୍ଧିର ଚାବିକାଠି । ଆମର ଯୁବପିଢ଼ିଙ୍କୁ "ପରିପୂର୍ଣ୍ଣତା ସହିତ ବୃତ୍ତି" ନୀତି ଅନୁସରଣ କରିବା ପାଇଁ ଦକ୍ଷ ଏବଂ ମାର୍ଗଦର୍ଶିତ ହେବା ଆବଶ୍ୟକ ବୋଲି କହିଥିଲେ ।