ଓଡ଼ିଆ ଖେଳାଳିଙ୍କୁ  ସୂର୍ଯ୍ୟବଂଶୀଙ୍କ ଶୁଭେଚ୍ଛା

 ଭୁବନେଶ୍ୱର : ଏସିଆନ୍ ଆଥଲେଟିକ୍ସ ଚାମ୍ପିଅନସିପ୍-୨୦୨୫ରେ ଓଡ଼ିଆ କ୍ରୀଡ଼ାବିତ୍ ଅନିମେଶ କୁଜୁର ଓ ଶ୍ରାବଣୀ ନନ୍ଦଙ୍କ ସଫଳତା ପାଇଁ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉଭୟ କ୍ରୀଡ଼ାବିତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହ ଭାରତୀୟ ମହିଳା ରିଲେ ଦଳର ସମସ୍ତ କ୍ରୀଡ଼ାବିତମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସମସ୍ତଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ସେ କହିଛନ୍ତି ଯେ, ଏସିଆନ୍ ଆଥଲେଟିକ୍ସ ଚାମ୍ପିୟନସିପ୍ରେ କ୍ରୀଡ଼ାବିତମାନେ ସଫଳତା ହାସଲ କରି ଆମ ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଛନ୍ତି । ଅନ୍ତର୍ଜାତୀୟ ସ୍ତରରେ ଆମ ଓଡ଼ିଆ କ୍ରୀଡ଼ାବିତମାନଙ୍କର ଚମକôାର ପ୍ରଦର୍ଶନ ପାଇଁ ଆମେ ଆଜି ଗର୍ବିତ । ଆଜିର ଏହି ସଫଳତା ଭବିଷ୍ୟତର ସମସ୍ତ କ୍ରୀଡ଼ାବିତମାନଙ୍କୁ ନିଶ୍ଚିତ ଭାବେ ପ୍ରୋସôାହିତ କରିବ ।