‘ଓଡ଼ିଶାରେ ଉଦ୍ୟମିତା ଆୟୋଗ ଗଠନ ହେଉ’

 ଭୁବନେଶ୍ୱର:  ସ୍ୱଦେଶୀ ଜାଗରଣ ମଞ୍ଚ ଓଡ଼ିଶା ପକ୍ଷରୁ ଦୀର୍ଘ ତିନିବର୍ଷ ହେବ ସ୍ୱାବଲମ୍ବୀ ଭାରତ ଅଭିଯାନ ମାଧ୍ୟମରେ ବିଭିନ୍ନ ସ୍କୁଲ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟମାନଙ୍କରେ ଏକ ଲକ୍ଷରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀଙ୍କୁ ଉଦ୍ୟମତା ପ୍ରୋତ୍ସାହନ କରାଯିବା ସହ ପାଞ୍ଚ ଶହରୁ ଊଦ୍ଧ୍ୱର୍ ଉଦ୍ୟମୀମାନଙ୍କୁ ସମ୍ବର୍ଦ୍ଧନା କରାଯାଇଛି । ଚଳିତ ବର୍ଷ ସ୍ୱଦେଶୀ ଜାଗରଣ ମଞ୍ଚର ଡିଜିଟାଲ ହସ୍ତାକ୍ଷର ମାଧ୍ୟମରେ ତିନିଟି ମୁଖ୍ୟ ବିନ୍ଦୁ ଲକ୍ଷ୍ୟ ରଖାଯାଇଛି । ପ୍ରଥମ ଯୁବକମାନଙ୍କ ପାଇଁ ଗୁଣବତ୍ତାପୂର୍ଣ୍ଣ ରୋଜଗାର ନିର୍ମାଣ, ଦ୍ୱିତୀୟ ସବୁ ଘରେ ସ୍ୱଦେଶୀକୁ ଗୁରୁତ୍ୱ ତୃତୀୟ ପ୍ରଦେଶ ଓ କେନ୍ଦ୍ରସ୍ତରରେ ଉଦ୍ୟମିତା ଆୟୋଗ ଗଠନ କରନ୍ତୁ ସରକାର । ଏ ନେଇ ସ୍ୱଦେଶୀ ଜାଗରଣ ମଞ୍ଚର ରାଷ୍ଟ୍ରୀୟ ସହ ସଂଗଠକ ସତୀଶ ଜୀ ଓଡ଼ିଶା ଗସ୍ତରେ ଆସି ରାଜ୍ୟର ସ୍ୱଦେଶୀ ଜାଗରଣ ମଞ୍ଚର ସମସ୍ତ ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟରେ ଯୁବକମାନଙ୍କୁ  ଗୁଣବତ୍ତାପୂର୍ଣ୍ଣ ରୋଜଗାର ଉପରେ ବିଶେଷ ଆଲୋଚନା ହୋଇଥିଲା । ଓଡ଼ିଶାରେ ଉଦ୍ୟମିତା ଆୟୋଗ ଗଠନ ପାଇଁ ପ୍ରସ୍ତାବ ଦେବ ସ୍ୱଦେଶୀ ଜାଗରଣ ମଞ୍ଚ । ଯେଉଁଠି ଯୁବଗୋଷ୍ଠୀଙ୍କୁ ଉଦ୍ୟମୀ କରିବା ପାଇଁ ସରକାରଙ୍କ ପକ୍ଷରୁ ୧୫ ବର୍ଷରୁ ବିଦ୍ୟାର୍ଥୀଙ୍କୁ ବାଧ୍ୟତାମୂଳକ ୩୦ ଦିନର ପ୍ରଶିକ୍ଷଣ ବ୍ୟବସ୍ଥା ରହିବ ବୋଲି ଶ୍ରୀ କୁମାର ମତ ରଖିଛନ୍ତି ।