ଧର୍ମପରାୟଣା ମହିଳାଙ୍କ ପରଲୋକ

 ବଡ଼ସାହି: ବଡ଼ସାହି ବ୍ଲକ୍ ଅନ୍ତର୍ଗତ ସିଂହଟିଆ ଗ୍ରାମର ସନ୍ତୋଷ କୁମାର ପଲେଇଙ୍କ ଧର୍ମପନôୀ ମୀନାରାଣୀ(୬୨)ଙ୍କ ଗତ ନିଜ ବାସ ଭବନରେ ପରଲୋକ ହୋଇଯାଇଛି । ଦୀର୍ଘ ଦିନ ହେଲାଣି ସେ କର୍କଟ ରୋଗରେ ପୀଡିତ ଥାଇ ଚିକିତ୍ସିତ ହେଉଥିଲେ । ମାତ୍ର ଗତକାଲି ସେ ହଠାତ୍ ଅଧିକ ଅସୁସ୍ଥ ଅନୁଭବ କରିଥିଲେ । ମାତ୍ର କିଛି ସମୟ ବ୍ୟବଧାନରେ ତାଙ୍କ ପ୍ରାଣ ବାୟୁ ଉଡ଼ିଯାଇଥିଲା । ମୃତୁ୍ୟ ଶଯ୍ୟା ନିକଟରେ ତାଙ୍କ ସ୍ୱାମୀ,୨ ପୁତ୍ର,ପୁତ୍ର ବଧୂ ଉପସ୍ଥିତ ଥିଲେ । ସେ ଜଣେ ଧର୍ମ ପରାୟଣ ମହିଳା ଥିଲେ । ତାଙ୍କ ମୃତୁ୍ୟରେ ସିଂହଟିଆ, ବାଘୁଆପାଳ ଗ୍ରାମରେ ଗଭୀର ଶୋକ ପ୍ରକାଶ ପାଇଛି ।