ଓଡ଼ିଶା କୃଷି ସେବା ସଂଘର ନିର୍ବାଚନ

 ଯାଜପୁର ଟାଉନ  :  ଓଡ଼ିଶା କୃଷି ସେବା ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସଭାପତି ଭାବେ ଅରୁଣ କୁମାର ବେହେରା ର୍ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିଲେ । ଶ୍ରୀ ବେହେରା କନିଷ୍ଠ କୃଷି ଅଧିକାରୀ ପଦବୀରୁ ଚାକିର ଆରମ୍ଭ କରି ବେଲଟୁକୁରି, ନୂଆପଡ଼ା, ବୀର ମହାରାଜପୁର, ସୋନପୁର ଜିଲାରେ ଦକ୍ଷତାର ସହିତ କାର୍ଯ୍ୟ କରିବା ସହ ଶସ୍ୟ ସଂରକ୍ଷଣ ଅଧିକାରୀ ବରଗଡ଼ ଜିଲାର ସୋହେଲା, ସମ୍ବଲପୁର, ପାନପୋଷ ଓ ସୁନ୍ଦରଗଡ଼ ମୃତ୍ତିକା ରସାୟନବିତ୍ ଭାବେ ଦକ୍ଷତାର ସହିତ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ଭୁବନେଶ୍ୱରରେ ରାଜ୍ୟ ବିହନ ପ୍ରାମାଣିକରଣ ଅଧିକାରିଣୀ ଭାବରେ କାର୍ଯ୍ୟ କରିଥିଲେ । ବର୍ତ୍ତମାନ ଯାଜପୁର ଜିଲା ମୁଖ୍ୟ କୃଷି ଅଧିକାରୀ ଭାବେ ଅବସ୍ଥାପିତ ଅଛନ୍ତି । ସଭାପତି ଆସନ ଅଳଙ୍କୃତ କଲା ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଥିବା ବେଳେ କୃଷି ସେବା ସମ୍ମାନ ପାଇଁ ଦାବି ଉଠୁଛି । ଏହି ନିର୍ବାଚନରେ ଉପସଭାପତି ଦୁର୍ଗେଶ ପଟ୍ଟନାୟକ, ସାଧାରଣ ସମ୍ପାଦକ ଡ. ଗୌତମ ଦାସ, ସଙ୍ଗଠନ ସମ୍ପାଦକ ମୋନାଲିସା ବେହେରା, ପ୍ରଯୁକ୍ତି ଏବଂ ପ୍ରଚାର ପ୍ରସାର ଜିତେନ୍ଦ୍ର ମୁର୍ମୁ, କୋଷାଧ୍ୟକ୍ଷ ପ୍ରିୟନାଥ ପାତ୍ର ପ୍ରମୁଖ ନିର୍ବାଚିତ ହୋଇଛନ୍ତି ।