ଅର୍ଥ ହେରଫେର ଅଭିଯୋଗ : ବିଦା ହେଲେ ଭାରପ୍ରାପ୍ତ ଅଧ୍ୟକ୍ଷ

 ଯାଜପୁର ଟାଉନ : ଚିତାଳୋ ଡିଗ୍ରୀ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଅଦ୍ୱୈତ ପ୍ରସାଦ ମଲ୍ଲିକଙ୍କ ନାମରେ ଅର୍ଥ ହେରଫେର ଅଭିଯୋଗ ଆସିଥିଲା । ଓଡ଼ିଶା ସରକାରଙ୍କ ଚିଠି ସଂଖ୍ୟା ନଂ୧୩୭୩୭ ତା୧୦ା୩ା୨୦୨୫ରିଖ ଅନୁଯାଇ ଯାଜପୁର ଉପଜିଲାପାଳ ତଥା ମହାବିଦ୍ୟାଳୟର ପରିଚାଳନା ସଭାପତିଙ୍କ ନିଦେ୍ର୍ଦଶକ୍ରମେ ଗତ୧୧ତାରିଖରେ ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ଅପସାରିତ କରାଯାଇଛି । ତାଙ୍କ ସ୍ଥାନରେ ନୂତନ ଭାବେ ବରିଷ୍ଠ ଅଧ୍ୟାପକ ପ୍ରକାଶ ଚନ୍ଦ୍ର ମୁଦୁଲିଙ୍କୁ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ ଅବସ୍ଥାପିତ କରାଯାଇଛି । ପ୍ରକାଶ ଥାଉକି, ଉକ୍ତ ମହାବିଦ୍ୟାଳୟର ଛାତ୍ରୀଛାତ୍ର ବିଭାଗର ହଷ୍ଟେଲ୍ ସମେତ ମହାବିଦ୍ୟାଳୟର ଆୟବ୍ୟୟ ଅର୍ଥ ବିଗତ ବର୍ଷ ୨୦୨୩-୨୪ ଓ ୨୦୨୪-୨୫ ବର୍ଷ ପାଇଁ ସ୍ୱତନ୍ତ୍ର ଅଡିଟ୍ ଦ୍ୱାରା ଯାଂଚ ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀମାନେ ଅଭିଯୋଗ କରିଛନ୍ତି । ଏହିସବୁ ଅର୍ଥକୁ ଯାଂଚ କରାଗଲେ ବହୁ କୋଟି ଟଙ୍କାର ଆତ୍ମସାତ ପଦାକୁ ଆସିପାରିବ, ପୂର୍ବରୁ ରହିଆସିଥିବା ପିଜି ଶ୍ରେଣୀ, ଇଗ୍ନୋ ସେଂଟର, କଲେଜ ମେଡିକାଲ, ନ୍ୟାକ୍ ମାନ୍ୟତା ଓ ଅନ୍ୟାନ୍ୟ ଆନୁସାଙ୍ଗିକ ସୁବିଧା ସହିତ ରାଜନୈତିକ ଆକ୍ରୋଶର ଶୀକାର ହୋଇ ଚାକିରୀ ହରାଇଥିବା ବ୍ୟକ୍ତିଙ୍କୁ ପୁନଃ ନିଯୁକ୍ତି ଦୋବାପାଇଁ ସାଧାରଣରେ ଦାବି ହୋଇଛି ।