ପିଏମ୍ଶ୍ରୀ କେନ୍ଦ୍ରୀୟ ସ୍କୁଲରେ କ୍ରୀଡ଼ା ଉତ୍ସବ

 ବ୍ୟାସନଗର: ଯାଜପୁର ଜିଲ୍ଲା ଅକରପଡ଼ା ଓ ବ୍ୟାସନଗର ସ୍ଥିତ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ ହୋଇଯାଇଛି । ଅକରପଡ଼ାରେ ସ୍କୁଲ ଅଧ୍ୟକ୍ଷ ସଞ୍ଜୟଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା ଓ ଜିଲ୍ଲା କ୍ରୀଡ଼ା ଅଧିକାରି ଫକିର ମୋହନ ଟୁଡୁ ଯୋଗ ଦେଇଥିଲେ । ଅତିଥି ଛାତ୍ରଛାତ୍ରୀଙ୍କ ଜୀବନରେ ମାନସିକ ଓ ବୌଦ୍ଧିକ ବିକାଶ ଦିଗରେ କ୍ରିଡ଼ାର ଭୂମିକା ଗୁରୁତ୍ୱପୂର୍ଣ୍ଣ ଓ ଆବଶ୍ୟକତାକୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଦୌଡ଼, କବାଡି, ଲମ୍ବଡିଆଁ, ଉଚ୍ଚଡିଆଁ, ଜାଭଲିଙ୍ଗ୍ ଥ୍ରୋ, ଡିସ୍ କସ୍ ଥ୍ରୋ, ସଟ୍ ଫୁଟ୍ ଥ୍ରୋ ସମେତ ବିଭିନ୍ନ ଖେଳର ଆୟୋଜନ କରାଯାଇଥାଲା । କ୍ରୀଡ଼ା ଶିକ୍ଷକ କରନ ଚିଲରଙ୍କ ତତ୍ୱାବଧାନରେ ଆୟୋଜିତ ପ୍ରତିଯୋଗିତାର ସୁପରିଚାଳନାରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଅଣ କର୍ମଚାରୀ ପ୍ରମୁଖ ସକ୍ରିୟ ଦାୟିତ୍ୱ ସମ୍ପାଦନା କରିଥିଲେ । ଆୟୋଜିତ ସମାରୋହରେ ଛାତ୍ରଛାତ୍ରୀ ବିଭିନ୍ନ କ୍ରୀଡ଼ାର କୃତୀ ପ୍ରତିଯୋଗୀଙ୍କୁ ମେଡାଲ୍ ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଣକର୍ମଚାରୀଙ୍କ ସକ୍ରିୟ ସହଯୋଗରେ ବାର୍ଷିକ କ୍ରୀଡ଼ା ଶୃଙ୍ଖଳାର ସହିତ ସମ୍ପାଦିତ ହୋଇଥିଲା । 
ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ବ୍ୟାସନଗରର ବାର୍ଷିକ କ୍ରୀଡାଦିବସ ପାଳିତ ହୋଇଯାଇଛି । ଉଦଘାଟନ ସମାରୋହରେ ବିଦ୍ୟାଳୟର ପ୍ରାଚାର୍ଯ୍ୟ କମଲେଶ କୁମାରଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯାଇ ଏହାର ଉଦ୍ଘାଟନ କରଯାଇଥିଲା । ସେ ନିଜର ବକ୍ତବ୍ୟ ମାଧ୍ୟମରେ କ୍ରୀଡାର ମହତ୍ୱ ଓ ଶିକ୍ଷାଦାନ କ୍ଷେତ୍ରରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ସେ ତାଙ୍କ ଉଦ୍ବୋଧନରେ କହିଥିଲେ ଯେ, ଏହି ପ୍ରକାରର କ୍ରୀଡା କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ଶାରୀରିକ ଓ ମାନସିକ ଉନ୍ନତିକୁ ବଢ଼ାଇବାରେ ବିଶେଷ ସହାୟକ ହୋଇଥାଏ । ବିଦ୍ୟାଳୟର ଅନ୍ୟ ଶିକ୍ଷକମାନେ ମଧ୍ୟ ଆଜିର ଏହି ସୁନ୍ଦର