ଅବସରପ୍ରାପ୍ତ କର୍ମଚାରୀଙ୍କ ପରଲୋକ

 ଯାଜପୁର ଟାଉନ  : ଅବସରପ୍ରାପ୍ତ କର୍ମଚାରୀ ଅଭୟ କୁମାର ମହାନ୍ତିଙ୍କର କଟକ ଘରୋଇ ହସ୍ପିଟାଲରେ ୭୫ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଦୀର୍ଘଦିନ ହେବ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ । ମୃତୁ୍ୟଶଯ୍ୟା ନିିକଟରେ ଧର୍ମପତ୍ନୀ, ପୁଅ ବୋହୂ, ଝିଅଜ୍ୱାଇଁ, ନାତି ନାତୁଣୀ ଉପସ୍ଥିତ ଥିଲେ । ସ୍ୱର୍ଗତ ମହାନ୍ତିଙ୍କର ମୃତୁ୍ୟଖବର ଜଣାପଡ଼ିବା ପରେ ବରୀରେ ଶୋକର ଛାୟା ଖେଳି ଯାଇଥିଲା । ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଶିକ୍ଷାବିତ୍ ସ୍ୱର୍ଗତ ଆର୍ତ୍ତବନ୍ଧୁ ମହାନ୍ତିଙ୍କର କନିଷ୍ଠ ପୁତ୍ର ଥିଲେ ଅଭୟ କୁମାର । ସେ ବରୀ ସବ୍ରେଜିଷ୍ଟର ଅଫିସରେ ଦୀର୍ଘ ବର୍ଷ କାର୍ଯ୍ୟକରି ଅବସର ଗ୍ରହଣ କରିଥିଲେ । ମର ଶରୀରକୁ ତାଙ୍କ ଗ୍ରାମ ବରୀ ଦୁଧେଇକୁ ଅଣାଯିବା ସହ ପୁରୀ ସ୍ୱର୍ଗଦ୍ୱାରକୁ ନିଆଯାଇ ଶବ ସକ୍ରାର କରାଯାଇଥିଲା । ସାନ ପୁଅ ସୁଶାନ୍ତ କୁମାର ମହାନ୍ତି ମୁଖାଗ୍ନି ଦେଇଥିଲେ  ।