ଓଡ଼ିଶା ସର୍ବାଧିକ ଉପକୃତ ହେବ
ଭୁବନେଶ୍ୱର : ୨୦୨୫–୨୬ ଆର୍ଥୀକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣଙ୍କ ଦ୍ୱାରା ଆଜି ଆଗତ ହୋଇଥିବା କେନ୍ଦ୍ର ବଜେଟ ସଂପୂର୍ଣ୍ଣ ଭାବେ ମଧ୍ୟବିତ, ଅନ୍ନଦାତା, ମହିଳା ଓ ଯୁବକଙ୍କ ଉନ୍ନତ ଜୀବନ ଧାରଣ ସହିତ ବିକଶିତ ଭାରତ ଆକାଂକ୍ଷାାକୁ ଅତ୍ୟନ୍ତ ଚମକôାର ଭାବେ ସନ୍ତୁଳିତ କରିଛି । ଏହା ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଆତ୍ମନିର୍ଭରଶୀଳ ଭାରତ ପାଇଁ ଏକ ଶେଷ୍ଠ ରୋଡ୍ ମ୍ୟାପ୍ ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି । ଆୟକର ରିହାତିସ୍ତରକୁ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବା ଦ୍ୱାରା ମଧ୍ୟବିତ ବିଶେଷ ଭାବେ ଉପକୃତ ହେବେ । ଅନ୍ୟପକ୍ଷରେ ଏହା ଘରୋଇ ଉପଭୋକ୍ତା ବ୍ୟୟ ଏବଂ ନିବେଶ ବଢାଇ ଅର୍ଥନୈତିକ ଅଭିବୃଦ୍ଧିକୁ ସୁନିଶ୍ଚିତ କରିବ । ସେହିପରି ଏହି ବଜେଟରେ କୃଷକ, ଗରୀବ, ମଧ୍ୟବିତ ବର୍ଗ, ମହିଳା ଏବଂ ଶିଶୁଙ୍କ ଶିକ୍ଷା, ପୃଷ୍ଟିସାର ଏବଂ ସ୍ୱାସ୍ଥ୍ୟଠାରୁ ଆରମ୍ଭ କରି ଷ୍ଟାର୍ଟ ଅପ୍, ନବସୃଜନ ଏବଂ ନିବେଶ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରାଯାଇଛି । ବିଶେଷ ଭାବେ ପର୍ଯ୍ୟଟନ, ଦେଶର ୧୦୦ ଜିଲ୍ଲା ପାଇଁ ଧନ ଧାନ୍ୟ କୃଷି ଯୋଜନା, କିଷାନ କ୍ରେଡ଼ିଟ୍ ସୀମାକୁ ୩ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି କରିବା, ଜନଜାତି ଓ ଦଳିତ ମହିଳାଙ୍କ ସକାଶେ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସ୍କିମ୍, ମହିଳା ଓ ଶିଶୁଙ୍କ ନିମନ୍ତେ ସକ୍ଷମ ଅଙ୍ଗନବାଡି ଏବଂ ପୋଷଣ ୨.୦ ଯୋଜନା ସମସ୍ତ ମାଧ୍ୟମିକ ବିଦ୍ୟାଳୟକୁ ବ୍ରୋଡବ୍ୟାଣ୍ଡ ସଂଯୋଗ ଓ ଭିତ୍ତିଭୂମି ବିକାଶ ସକାଶେ ରାଜ୍ୟମାନଙ୍କୁ ଏକ ଲକ୍ଷ କୋଟି ଟଙ୍କାର ସୁଧମୁକ୍ତ ଋଣ ଭଳି ଅନେକ ଯୋଜନାରୁ ଓଡ଼ିଶା ସର୍ବାଧିକ ଉପକୃତ ହେବ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି । ସଂକ୍ଷେପରେ କହିବାକୁ ଗଲେ ‘ଅଭିବୃଦ୍ଧି' ଓ ‘ସର୍ବସମାବେଶୀଦ'ର ଗଣିତକୁ ନେଇ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶର ଖସଡ଼ା ଏହି ବଜେଟରେ ପ୍ରତିଫଳିତ ହୋଇଛି । ଏହି ଅନ୍ତର୍ଭୁକ୍ତ ଓ ଦୂରଦୃଷ୍ଟିସମ୍ପନ୍ନ ବଜେଟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ରାଜ୍ୟ ସଭାପତି ଶ୍ରୀ ସାମଲ ଅଭିନନ୍ଦନ ଜଣାଇବା ସହ ରାଜ୍ୟବାସୀଙ୍କ ତରଫରୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।