ଷ୍ଟିଅରିଂ ଛାଡ଼ ଆନେ୍ଦାଳନକୁ ବିରୋଧ
ପୁରୀ : ଜୁଲାଇ ୮ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଡ଼୍ରାଇଭର ମହାସଂଘ ଷ୍ଟିଅରିଂ ଛାଡ଼ ଆନେ୍ଦାଳନ ପାଇଁ ଦେଇଥିବା ଡ଼ାକରାକୁ ପ୍ରତ୍ୟାଖ୍ୟାନ କରିଛି ଅଲ ଓଡ଼ିଶା ମିଳିତ ଅଟୋ ମହାସଂଘ । ଏହି ଆନେ୍ଦାଳନ ସହିତ ମହାସଂଘର କୌଣସି ସଂପର୍କ ନଥିବା ଏବଂ ଆନେ୍ଦାଳନକୁ ମହାସଂଘର ସଦସ୍ୟମାନେ ସମର୍ଥନ କରୁନଥିବା ସଂଗଠନ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି । ଏ ସଂପର୍କରେ ମହାସଂଘ ପତ୍ର ମାଧ୍ୟମରେ ପୁରୀ ଜିଲ୍ଳା ଆରକ୍ଷୀ ଅଧୀକ୍ଷକଙ୍କୁ ଜଣାଇ ଦେଇଛି । ଆରକ୍ଷୀ ଅଧୀକ୍ଷକଙ୍କ ଉଦେ୍ଦଶ୍ୟରେ ଦିଆଯାଇଥିବା ପତ୍ରରେ ଉଲ୍ଲେଖ କରାଯାଇଛି ଯେ ଆନେ୍ଦାଳନକୁ ସମର୍ତନ ନ କରିବା ପାଇଁ ଅଲ ଓଡ଼ିଶା ମିଳିତ ଅଟୋ ମହାସଂଘ ନିଷ୍ପତ୍ତି ନେଇଛି । ସଂଘର ସଦସ୍ୟମାନଙ୍କ ଅଧିକାର କ୍ଷୂର୍ଣ୍ଣ ହେବା ଭଳି କୌଣସି ପଦକ୍ଷେପ ନିଆଗଲେ ସଂପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ମହାସଂଘର ସଭାପତି, ଉପସଭାପତି, ସାଧାରଣ ସଂପାଦକ ଓ ସହ ସଂପାଦକ ଆରକ୍ଷୀ ଅଧୀକ୍ଷକଙ୍କୁ ନିବେଦନ କରିଛନ୍ତି ।