କଣ୍ଢେଇ ମେଳଣ ଅନୁଷ୍ଠିତ 

 ଜଟଣୀ :  ଜଟଣୀ ସ୍ଥିତ ଉପରବସ୍ତ ଗ୍ରାମରେ ଥିବା ମହାପାତ୍ର ସାହିରେ ଥିବା ମା ଡମଣେଇଙ୍କ ପୀଠରେ ମହା ଆଡମ୍ବର ସହକାରେ କଣ୍ଡେଇ ମେଳଣ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାୟ ୮ ଟି ସୁସଜ୍ଜିତ ଦୋଳବିମାନ ମହାପଟୁଆରରେ ସାମିଲ ହୋଇଥିଲେ । ମା’ଙ୍କ ପୀଠରେ ପାଲା ପରିବେଷଣ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଚଇତି ଘୋଡା ନାଚ, ବାଘ ନାଚ, ନାଗା ନାଚ ଓ କଣ୍ଢେଇ ନାଚ ତଥା ପାରମ୍ପରିକ ଲୋକବାଦ୍ୟ ଓ ଆଧୁନିକ ବାଦ୍ୟଯନ୍ତ୍ର ତାଳେ ତାଳେ ପ୍ରଭୁଙ୍କୁ ଭକ୍ତଗଣମାନେ ମହାପଟୁଆରରେ ମେଳଣ ସ୍ଥଳକୁ ପାଛୋଟି ଆଣିଥିଲେ । ୪ ଦିନ ଧରି ଏହି ମେଳଣ ଅନୁଷ୍ଠିତ ହୋଇଥିଲା । ଏଥି ସହିତ ମନୋରଞ୍ଜନ ନିମିତ୍ତ ସ୍ଥାନୀୟ ଉପରବସ୍ତ ପଡିଆରେ ଯାତ୍ରା ପାର୍ଟି ପଡିଥିଲା । ଭକ୍ତଗଣ ମାନେ ପ୍ରଭୁଙ୍କୁ ବିମନରେ ଦର୍ଶନ କରିବା ସହିତ ପଡିଥିବା ଯାତ୍ରାକୁ ଉପଭୋଗ କରିଥିଲେ । ଦୀର୍ଘ ୫୦ ବର୍ଷ ହେବ ଏ ମେଳଣ ଚାଲିଆସୁଛି । ରାଧାକୃଷ୍ଣଙ୍କ ପ୍ରେମ ବିହ୍ୱଳ ରୂପ, ଭାବେ, ଭାତୃତ୍ୱ ଓ ସ୍ନେହ ମଧ୍ୟରେ ଏକ ଭାଇଚାରାର ନିଦର୍ଶନ ସ୍ୱରୂପ ଏହି ମେଳଣଟି ସମସ୍ତଙ୍କ ନିମନ୍ତେ ଉଦାହରଣ ପାଲଟିଛି ।