ବାର୍ଷିକ କ୍ରୀଡ଼ା ଦିବସ ପାଳିତ

 ଜଟଣୀ: ବାର୍ଷିକ କ୍ରିଡ଼ା ଦିବସ ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ଖୋର୍ଦ୍ଧାରୋଡ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରେ ବାର୍ଷିକ କ୍ରିଡା ଦିବସ ଉସôାହ ଏବଂ ଧୂମଧାମ ସହକାରେ ଆୟୋଜିତ ହୋଇଯାଇଛି ଓ ଏହି ଦିନଟି କେବଳ ଛାତ୍ର ଏବଂ ଛାତ୍ରୀଙ୍କ ଶାରୀରିକ ଏବଂ ମାନସିକ ବିକାଶକୁ ଉସôାହିତ କରିବା ପାଇଁ ନୁହେଁ ବରଂ କ୍ରିଡା ପ୍ରତିଯୋଗିତା, ଶୃଙ୍ଖଳା ଏବଂ ଦଳଗତ କାର୍ଯ୍ୟ ଭଳି ମୂଲ୍ୟବୋଧ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉସôବ । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଏଡିଆରଏମ୍ ପ୍ରଦୀପ ବେହରା ଓ ସମ୍ମାନୀତଅତିଥି ହିମାଦ୍ରୀ ଭୂଷଣ ବିଶ୍ୱାଳ ଡିଭିଜନାଲ ଫାଇନାନ୍ସ ମ୍ୟାନେଜର ପ୍ରଦୀପ ପ୍ରଜ୍ୱଳନ ଏବଂ ପତାକା ଉତ୍ତୋଳନ କରିଥିଲେ । ସ୍କୁଲ ପ୍ରାଚାର୍ଯ୍ୟ ନିରୋଜ କିଶୋର ପିଙ୍ଗୁଆ ସ୍ୱାଗତ ଭାଷଣ ଦେଇଥିଲେ । କ୍ରୀଡା ଦିବସର ମୁଖ୍ୟ ଆକର୍ଷଣ ଥିଲା ବିଭିନ୍ନ କ୍ରୀଡା ପ୍ରତିଯୋଗୀତା । ଛାତ୍ରୀ ଏହି ଖେଳଗୁଡିକରେ ଉସôାହ ଏବଂ ପରିଶ୍ରମ ସହିତ ଅଂଶଗ୍ରହଣ କରିଥିଲେ । ସମସ୍ତ ବିଜେତାଙ୍କୁ ପୁରଷ୍କାର ବିତରଣ କରାଯାଇଥିଲା । କ୍ରିଡ଼ା ଶିକ୍ଷକ ହେମନ୍ତ ଦୁବେଙ୍କ ଦ୍ୱାରା କାର୍ଯକ୍ରମ ପରିଚାଳିତ ହୋଇଥିଲା ଏବଂ ଶେଷରେ ସମସ୍ତଙ୍କୁ ଶିକ୍ଷିକା ନିରୂପମା ରଥ ଧନ୍ୟବାଦ ଜ୍ଞାମ୍ପନ କରିଥିଲେ । ରାଷ୍ଟ୍ର ଗାନ ସହିତ କାର୍ଯକ୍ରମ ଶେଷ ହୋଇଥିଲା ।