ପାରଦୀପ ରିଫାଇନାରୀରେ ଲେଭଲ୍-୨ ଅନ୍ ସାଇଟ୍ ଡିଜାଷ୍ଟର ଡ୍ରିଲ୍  

 ପାରାଦୀପ: ଇଣ୍ଡିଆନ ଅଏଲ୍ ପାରାଦୀପ ରିଫାଇନରୀ ଏପ୍ରିଲ  ୮ ତାରିଖରେ ଏକ ଲେବୁଲ-୨ (ଅନ୍ ସାଇଟ୍ ଡିଜାଷ୍ଟର ଡ୍ରିଲ୍) ଆୟୋଜନ କରିଥିଲା । ଯେଉଁଥିରେ ରିଫାଇନରୀ ତାହାର ଜରୁରୀକାଳୀନ ପ୍ରତିକ୍ରିୟା ଏବଂ ପ୍ରସ୍ତୁତିର ପ୍ରଭାବ ଯାଞ୍ଚ କରିଥିଲା । ପାରାଦୀପ ରିଫାଇନରୀର ଅନୁମୋଦିତ ଇମରର୍ଜନ୍ସି ରେସ୍ପନସ୍ ଆଣ୍ଡ୍ ଡିଜାଷ୍ଟର୍ ମ୍ୟାନେଜରମେଣ୍ଟ ପ୍ଲାନ୍ ଅନୁଯାୟୀ ଏହି ଡ୍ରିଲ୍ କାର୍ଯ୍ୟକାରୀ କରାଯାଇଥିଲା ।୍ୟ ମୁ୍ୟଚୁଆଲ୍ ଏଡ୍ ସଂସ୍ଥାର ପ୍ରତିନିଧି ମଧ୍ୟ ଏହି ଅଭ୍ୟାସରେ ଅଂଶଗ୍ରହଣ କରିଥିଲେ । ପାରାଦୀପ ରିଫାଇନରୀର ଏକ ଟ୍ୟାଙ୍କର ପୃଷ୍ଠରେ ବଜ୍ରପାତ ଘଟି ସମ୍ପୂର୍ଣ୍ଣ ଟ୍ୟାଙ୍କ ପୃଷ୍ଠରେ ନିଆଁ ଲାଗିଲେ ସଫଳତାର ସହିତ କିପରି ମୁକାବିଲା କରାଯିବ ସେହି ବିଷୟବସ୍ତୁ ଉପରେ ମକଡ୍ରିଲ୍ ହୋଇଥିଲା । ଏଥିରେ ଜରୁରୀକାଳୀନ ପ୍ରତିକ୍ରିୟା ଏବଂ ବିପର୍ଯ୍ୟୟ ପରିଚାଳନା ଯୋଜନାର ପ୍ରୋଟୋକଲ୍ ଅନୁଯାୟୀ ନିଆଯାଇଥିବା ପ୍ରତିକ୍ରିୟା ଏବଂ ନିୟନ୍ତ୍ରଣ ପଦକ୍ଷେପ ଗୁଡିକ ସଠିକ୍ ଭାବରେ ସମନ୍ୱିତ ହୋଇଥିଲା ଏବଂ ଏହାକୁ ସମସ୍ତ କର୍ତ୍ତୃପକ୍ଷ ପ୍ରଶଂସା କରିଥିଲେ  । ଏହି ଡ୍ରିଲ୍ ପରେ ପାରାଦୀପ ରିଫାଇନରୀର ମୁଖ୍ୟ ମହାପ୍ରବନ୍ଧକ ତ୍ରିନାଥ ସାହୁଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ସଭାର ଆୟୋଜନ କରାଯାଇଥିଲା ।