ଭାଇଭଉଣୀର ସ୍ନେହର ପ୍ରତୀକ ‘ରାକ୍ଷୀ ପୂର୍ଣ୍ଣିମା’
କୋକସରା : ଆମ ରାଜ୍ୟରେ ଅନେକ ପରମ୍ପରା ପାଳନ କରାଯାଏ । ସେଥିମଧ୍ୟରୁ ଅନେକ ପରମ୍ପରା ଆଉ ଆମ ସଂସ୍କୃତି ଏବଂ ସମ୍ପର୍କ ନେଇ ପାଳନ କରାଯାଏ । ଭାଇ ଭଉଣୀକୁ ନେଇ ପାଳନ ହୋଇଥାଏ ଗହ୍ମା ବା ରାକ୍ଷୀ ପୂର୍ଣ୍ଣିମା । ରାକ୍ଷୀ ପୂର୍ଣ୍ଣିମା ଭାଇ ଓ ଭଉଣୀଙ୍କ ସ୍ନେହ ପବିତ୍ର ବନ୍ଧନର ପ୍ରତୀକ । ଭାଇର ଦୀର୍ଘାୟୁ କାମନା କରିଥାଏ ଭଉଣୀଟିଏ ପ୍ରତିବଦଳରେ ଭାଇଟିଏ ସାରା ଜୀବନ ତା’ର ସୁରକ୍ଷା କରିବାକୁ କଥା ଦେଇଥାଏ । ସୂତାର ଡୋରିକୁ ସ୍ନେହର ରଙ୍ଗ ଆଉ ପବିତ୍ରତାର ଚନ୍ଦନବୋଲି ରକ୍ଷା ସୂତ୍ରଟିଏ କରିବାର ସଂକଳ୍ପ କରିଥାଏ ଭଉଣୀ । ରକ୍ଷା ବନ୍ଧନର ଏହି ଉଦେ୍ଦଶ୍ୟ ସତରେ ଅତି ମହତ ସତର ଭାଇ ଭଉଣୀଙ୍କ ସମ୍ପର୍କ କେଢେ ନିଆରା । ଭାଇର ମଙ୍ଗଳମନାସି ବାନ୍ଧୁଥିବା ରାକ୍ଷୀରେ ସତେ ଯେପରି ନିହିତ ଥାଏ ସମଗ୍ର ସଂସାର ଭଲ ପାଇବା । ଭଉଣୀଟିଏ ଭାଇ ହାତରେ ରାକ୍ଷୀ ବାନ୍ଧି କରିନେଇଛି ସାକ୍ଷୀ । ଶ୍ରାବଣ ମାସର ପୂର୍ଣ୍ଣମା ଦିନ ରକ୍ଷା ବନ୍ଧନ ପାଳିତ ହୋଇଥିବାବେଳେ କୋକସରା ଅଞ୍ଚଳର ବିଭିନ୍ନ ଗାଁ ଚଳଚଞ୍ଚଳ ହୋଇଉଠିଥିଲା ।