ସ୍କୁଲ କଲେଜ କର୍ମଚାରୀ ମିଳିତ ମଞ୍ଚର ଆନେ୍ଦାଳନ
ଖୋର୍ଦ୍ଧା: ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ଖୋର୍ଦ୍ଧା ଜିଲ୍ଲା ଆହ୍ୱାନରେ ନୂଆବାସଷ୍ଟାଣ୍ଡରୁ ଏକ ଶୋଭାଯାତ୍ରା ବାହାରି ବିଭିନ୍ନ ଦାବିନେଇ ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରାଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ଗଣଶିକ୍ଷାମନ୍ତ୍ରୀ, ଉଚ୍ଚଶିକ୍ଷାମନ୍ତ୍ରୀ, ମୁଖ୍ୟଶାସନସଚିବ ଓ ଗଣଶିକ୍ଷା ଶାସନସଚିବଙ୍କ ଉଦେ୍ଦଶ୍ୟରେ ଦାବିପତ୍ର ପ୍ରଦାନ କରିଥିବା ଜଣା ପଡିଛି । ସମସ୍ତ ଯୋଗ୍ୟ ବିବେଚିତ ସ୍କୁଲ ଓ କଲେଜୟ ଗୁଡିକୁ ଅନୁଦାନ ପ୍ରଦାନ, ସମସ୍ତ ନୂତନ ଅନୁଦାନ ପ୍ରାପ୍ତ, ଅବସର ନେଇଥିବା ଓ ଅବସର ନେବାକୁ ଥିବା ଶିକ୍ଷକ ଓ ଶିକ୍ଷା କର୍ମଚାରୀଙ୍କୁ ଚାକିରି ସର୍ତ୍ତାବଳୀ, ପେନସନ୍ ଓ ଅବସରକାଳୀନ ସୁବିଧାସୁଯୋଗ ପ୍ରଦାନ, ଅବସର ବୟସ ସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି ଓ ଗ୍ରେଡ୍ ପେ ରେ ଥିବା ଅସଙ୍ଗତି ଦୂରୀକରଣ, ସମସ୍ତ ନୂତନ ଓ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକୁ ସରକାରୀକରଣ ଏବଂ ଶିକ୍ଷକ ନିଯୁକ୍ତି, ନୂତନ ପେନସନ୍ ପରିବର୍ତ୍ତେ ପୁରାତନ ପେନସନ୍ ବ୍ୟବସ୍ଥା ପୁନଃପ୍ରଚଳନ ଓ ୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ୬ଟି ନେସନାଲ ଇନ୍କ୍ରିମେଣ୍ଟ ସହିତ ବରିଷ୍ଠତା ପ୍ରଦାନ ଆଦି ଦାବି ନେଇ ସରକାରଙ୍କ ସହିତ ବହୁବାର ଆଲୋଚନା ହେବା ଓ ସରକାର ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ ଏଯାବତ୍ ତାହା ପାଳନ କରୁନାହାନ୍ତି । ଏ ଶୋଭାଯାତ୍ରା ଏବଂ ଆସନ୍ତା ଅଗଷ୍ଟ ୧୬ ତାରିଖରେ ଭୁବନେଶ୍ୱର ଗାନ୍ଧୀମାର୍ଗରେ ବିଶାଳ ସମାବେଶ ହେବ ବୋଲି ଓଷ୍ଟାର ଜିଲ୍ଲା ସମ୍ପାଦକ ସୁଧାକର ମହାପାତ୍ର ପ୍ରକାଶ କରିଛନ୍ତି । ଓଷ୍ଟା ଜିଲ୍ଲା ସଭାପତି ଯୋଗେଶ ଚନ୍ଦ୍ର ସାମନ୍ତସିଂହାର, ସାଧାରଣ ସମ୍ପାଦକ ରଞ୍ଜନ ଦାଶ, ସମ୍ପାଦକ ରାମାକାନ୍ତ ମହାପାତ୍ର, ରାଜ୍ୟ କାର୍ଯ୍ୟକାରୀ ସଭ୍ୟ ମଧୁସୂଦନ ଦେ ଓ ଶିଶିର ଦାସ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରକାଶ ପଲାଇ, ଉପସଭାପତି ଶ୍ରୀହରି ମାଳୀ, ରମେଶ ଚନ୍ଦ୍ର ପ୍ରଧାନ, ସ୍ୱର୍ଣ୍ଣପ୍ରଭା ଦେଇ, ଜିଲ୍ଲା ସମ୍ପାଦକ ସୁଧାକର ମହାପାତ୍ର, ଜିଲ୍ଲା ଯୁଗ୍ମ ସମ୍ପାଦକ ଘନଶ୍ୟାମ ସ୍ୱାଇଁ, ରତିକାନ୍ତ କହଲସିଂ, ଜିଲ୍ଲା କାର୍ଯ୍ୟକାରୀ କମିଟି ସଭ୍ୟ ସୁନୀଲ ପଣ୍ଡା, କିଶୋର ସୁବୁଦ୍ଧି, ସନ୍ତୋଷ ସାହୁ, ମୃତୁ୍ୟଞ୍ଜୟ ରଥ, ଗଦାଧର ଶତପଥି, କର୍ମକର୍ତ୍ତା ପ୍ରଦୀପ ମଙ୍ଗରାଜ, ମନୋଜ ଭଞ୍ଜ, ଫିରୋଜ ଖାଁ, ୧୯୪ ବିଦ୍ୟାଳୟର କର୍ମକର୍ତ୍ତା ଲଲାଟଇନ୍ଦୁ କର, ଜୟନ୍ତୀ ଷଡଙ୍ଗୀ, ପ୍ରଦୀପ୍ତ କୁମାର ବେହେରା, ବଂଶୀଧର ପାଣିଗ୍ରାହୀ ଉପଦେଷ୍ଟା ସନ୍ତୋଷ ଚନ୍ଦ୍ର କର, ଡ. ଗଣେଶ୍ୱର ସ୍ୱାଇଁ ପ୍ରମୁଖ ଉପସ୍ଥତି ଥିଲେ ।