ରାଜପଥ ପାଲଟିଛି ବୁଲାଗୋରୁଙ୍କ ଆଶ୍ରୟସ୍ଥଳୀ

ାା ପ୍ରଭାନୁ୍ୟଜ୍ ।ା ଚିଲିକା : ଚିଲିକା ବ୍ଲକ ଅନ୍ତର୍ଗତ ବିରିବାଡ଼ି ପଞ୍ଚାଯତର କୟଥପଲ୍ଲା ଗ୍ରାମ ଛଳ ସଂଲଗ୍ନ ୧୬ ନମ୍ବର ଜାତୀୟ ରାଜପଥ ସମ୍ପ୍ରତି ଗୋରୁଗାଈଙ୍କ ଆଶ୍ରମସ୍ଥଳ ପାଲଟିଥିବା ଜଣାପଡ଼ିଛି । କାରଣ ଏମାନଙ୍କ ରହଣି ପାଇଁ ସେଭଳି କିଛି ବ୍ୟବସ୍ଥା ନଥିବାରୁ ସେମାନେ ବାଧ୍ୟହୋଇ ଜାତୀୟ ରାଜପଥରେ ଚଳପ୍ରଚଳ ହେଉଥିବାରୁ ହରାଇଥିବା ଲକ୍ଷ୍ୟ କରାଯାଇଛି  । ଏଭଳି ସ୍ଥିତିରେ ବୁଧବାର ୫ଟି ଗାଈଗୋରୁଙ୍କ ଦୁର୍ଘଟଣାରେ ପ୍ରାଣ ଯାଇଥିବା ଜଣାପଡ଼ିଛି  ।ଖରିଫ ଫସଲ ଚାଲିଥିବାରୁ ଦିଲ ଶସ୍ୟଶ୍ୟାମଳା ହୋଇଉଠିଛି । ବୁଲା ଗାଈଗୋରୁମାନେ ଗହୀରରେ ସ୍ଥାନ ଟିକେ ପାଉ ନ ଥିବାରୁ ରାସ୍ତାଘାଟ ସେମାନଙ୍କ ରହଣି ସ୍ଥଳ ପାଲଟିଛି । ଏଭଳି ପରିସ୍ଥିତିରେ ୧୬ନମ୍ବର ଜାତୀୟ ରାଜପଥ ଏହି ବୁଲା ଗାଈଗୋରୁଙ୍କ ଆଶ୍ରୟସ୍ଥଳ ବନିଯାଇଛି  । ଚିଲିକା ବ୍ଲକ ପରିସୀମା ମଧ୍ୟରେ ଯାଇଥିବା ୧୬ନମ୍ବର ଜାତୀୟ ରାଜପଥରେ ଏହି ବୁଲା ଗାଈଗୋରୁଙ୍କ ଆଶ୍ରୟ ସଂଖ୍ୟା ଅପେକ୍ଷାକୃତ ଟିକେ ଅଧିକ  । ଲକ୍ଷ୍ୟକଲେ ଜଣାପଡ଼ିବ ପ୍ରାୟ ଶହ ଶହ ବୁଲା ଗାଈଗୋରୁ ସନ୍ଧ୍ୟା ସମୟରୁ ସାରା ରାତି ଏହି ରାଜପଥରେ ଆଶ୍ରୟ ନେଉଛନ୍ତି  । ଏମାନେ ଅନେକାଂଶରେ ଦୁର୍ଘଟଣାର କାରଣ ହେଉଛନ୍ତି  । ଏହି ଗୋବଂଶ ବୃଦ୍ଧି ନିମନ୍ତେ ବିଭିନ୍ନ ସଂସ୍ଥା ତରଫରୁ ପ୍ରୟାସ ଟାଲିଥିବା ବେଳେ ତାହା କେତେକାଂଶରେ ପ୍ରହସନ ପାଲଟିଥିବା ଜଣାପଡ଼ିଛି । ସରକାରୀ ସ୍ତରରେ ମଧ୍ୟ ଏଥିପାଇଁ କିଛି ଯୋଜନା କରାଯାଇନି । ଆବାସ ଯୋଜନା ଭଳି ଗୋରୂଗାଈଙ୍କୁ ସୁରକ୍ଷିତ ଭାବେ ରଖୁବା ନିମନ୍ତେ ସରକାରଙ୍କ ଗୋଶାଳା ନିର୍ମାଣ ଯୋଜନା ପ୍ରତିଶ୍ରୁତି ରହିଛି । ଖରିଫ ଧାନ ଫସଲ ହୋଇଥିବାରୁ ଫସଲ ନଷ୍ଟ ହେବା ଉପରେ ଚାଷୀ ଗାଈଗୋରୁଙ୍କୁ କ୍ଷେତପାଖରୁ ଘଉଡ଼ାଇ ଦେଉଛି  । ଚଷାପୁଅର ଦାଣ୍ଡ ଘର ଗାଈଗୁହାଳ ଭାବେ ଲଦ୍ଦିଷ୍ଟ ରହୁଥିବା ବେଳେ ବର୍ତ୍ତମାନ ସେସବୁ ଉଠିଗଲାଣି । ଦୁଃଖର ବିଷୟ ଆଶ୍ରୟ ସ୍ଥଳୀ ଭାବେ ଯେଉଁ ସ୍ଥାନରେ ବିଚରଣ କରୁଛନ୍ତି ତାହା ଯେ ମରଣ ଯନ୍ତା ସେମାନେ ବୁଝି ନାହାନ୍ତି  । ପ୍ରତ୍ୟେକ ଦିନ ୧୬ ନମ୍ବର ଜାତୀୟ ରାଜପଥରେ ସଂଖ୍ୟାଧିକ ଗାଈଗୋରୁଙ୍କ ଜୀବନ ଅକାଳରେ ଚାଲି ଯାଉଛି  । ସେଥିପାଇଁ କେବଳ ଡ୍ରାଇଭରଙ୍କ ବେପରୁଆ ଗାଡ଼ିଚାଳନା ବହିଦେଲେ ସମସ୍ୟା ଟଳିଯିବନି  । ଗାଈଗୋରୁଙ୍କ ଥଇଥାନ୍ତି ପାଇଁ ଗାଈ ମାଲିକ ଓ ସରକାର ଉଭୟଙ୍କ ଆନ୍ତରିକତା ରହିବା ଜରୁରୀ  ।