ଟାଇକୋଣ୍ଡୋରେ ଶ୍ରେୟାଙ୍କୁ ସଫଳତା
ଜଟଣୀ: ଚଳିତ ବର୍ଷ ବେଙ୍ଗାଲୁରୁରେ ଜାତୀୟସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭିନ୍ନ ରାଜ୍ୟରୁ ୨୭ ଗୋଟି କେନ୍ଦ୍ରୀୟ ବିଦ୍ୟାଳୟ ରିଜିଓନାଲରୁ ୧୭ ବର୍ଷରୁ କମ୍ ବାଳିକା ବିଭାଗରେ ସମୁଦାୟ ୩୫୧ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଭୂବନେଶ୍ୱର ରିଜିଓନାଲରୁ ଓଡ଼ିଶାକୁ ପ୍ରତିନିଧିତ୍ୱ କରି ମୋଟ ୧୩ ଜଣ ପ୍ରତିଯୋଗୀ ବିଭିନ୍ନ ଓଜନ ବିଭାଗରେ ଅଂଶଗ୍ରହଣ କରିଥିଲେ । ଖୋର୍ଦ୍ଧା ଜିଲ୍ଲା ଟାଏକୋଣ୍ଡୋ ଅନୁଷ୍ଠାନ ଓ ଓଡ଼ିଶା ଟାଏକୋଣ୍ଡୋ ଅନୁଷ୍ଠାନରେ ଅନୁବନ୍ଧିତ ହୋଇଥିବା ଏସ୍ ଏମ୍ ଏସ୍ ମାର୍ଶଲ ଆଟ୍ସ ଏକାଡେମୀ ଆଣ୍ଡ ଫିଜିକାଲ ଫିଟନେସ ଟ୍ରେନିଂ ସ୍କୁଲ, ଜଟଣୀରେ ପ୍ରଶିକ୍ଷଣ ନେଉଥିବା ଏବଂ କେନ୍ଦ୍ରିୟ ବିଦ୍ୟାଳୟ, ଆଇଆଇଟି , ଭୁବନେଶ୍ୱର ରେ ଅଧ୍ୟୟନ କରୁଥିବା ଖୋର୍ଦ୍ଧା ଜିଲ୍ଲାରୁ ଏକମାତ୍ର ଛାତ୍ରୀ ଭାବେ ଶ୍ରେୟା ମହାନ୍ତି ୫୯-୬୩ ଓଜନ ବିଭାଗରେ ଅଂଶଗ୍ରହଣ କରି କାଂସ୍ୟ ପଦକ ହାସଲ କରି ସମ୍ମାନ ଆଣିଛନ୍ତି ।