ଖୋର୍ଦ୍ଧାରୋଡ ମଣ୍ଡଳ ପକ୍ଷରୁ ୧୦୦ ମିଲିୟନ୍ ଟନ୍ ପଣ୍ୟ ପରିବହନ
ଜଟଣୀ: ଖୋର୍ଦ୍ଧାରୋଡ ମଣ୍ଡଳ ଚଳିତ ଆର୍ଥିକ ବର୍ଷର ୨୩୪ ଦିନରେ ୧୦୦ ମିଲିୟନ୍ ଟନ୍ର ମାଲ ପରିବହନ ଲୋଡିଙ୍ଗ୍ ହାସଲ କରିଛି । ଯାହାକି ଗତ ଆର୍ଥିକ ତୁଳନାରେ ୪ ଦିନ ପୂର୍ବରୁ ଏହି ବିଭାଗ ମାଇଲଖୁଣ୍ଟ ହାସଲ କରିଛି । ଗତ ଆର୍ଥିକ ବର୍ଷରେ ଅର୍ଥାତ୍ ୨୦୨୩ପ୨୪ରେ ସମାନ ଲକ୍ଷ୍ୟ ହାସଲ କରିବାକୁ ୨୩୮ ଦିନ ଲାଗିଲା । ଚଳିତ ବର୍ଷରେ୧୦୦ ମିଲିୟନ୍ ଟନ୍ସର ମାଲ୍ ଲୋଡିଂ ପ୍ରଶାସନରେ ୯.୧୩୦ କୋଟି ଟଙ୍କା ରାଜସ୍ୱ ଯୋଡିଛି, ଯାହା ଗତ ବର୍ଷ ୯.୦୦୧ କୋଟି ଟଙ୍କା ଥିଲା । ବାତ୍ୟା, ସାଇଡିଂରେ ଶ୍ରମିକ ସମସ୍ୟା, ଷ୍ଟ୍ରାଇକ୍ ଇତ୍ୟାଦି ବିପରୀତ ପରିସ୍ଥିତି ସତ୍ତ୍ୱେ ଏହା ହାସଲ କରାଯାଇପାରିଲା । ଏହି ମାଲ ପରିବହନ ମାଇଲଖୁଣ୍ଟରେ ମୁଖ୍ୟ ଯୋଗଦାନକାରୀମାନେ ଖୋର୍ଦ୍ଧାରୋଡ ମଣ୍ଡଳ ଅଧୀନରେ ଥିବା ପ୍ରମୁଖ ଲୋଡିଂ ପଏଣ୍ଟ ଯଥା ତାଳଚେର, ପାରାଦୀପ, ଧାମରା, ମେରାମଣ୍ଡଳି, ଯଖପୁରା, ସୁକିନ୍ଦା, କେରଜଙ୍ଗ, ନୟାଗଡ଼ରେ ଲୁହାପଥର ଏବଂ ଗୋପାଳପୁର ବନ୍ଦରର ବିଭିନ୍ନ ଉତ୍ପାଦ । ଖୋର୍ଦ୍ଧାରୋଡ ମଣ୍ଡଳର ସମସ୍ତ ଲୋଡିଂ ପଏଣ୍ଟରେ ସରକାରୀ ଓ ଶିଳ୍ପ ସଂସ୍ଥା ସହିତ ସଠିକ୍ ଯୋଜନା ଏବଂ ସମନ୍ୱୟ ଲକ୍ଷ୍ୟ ହାସଲ କରିବାରେ ବହୁ ଅବଦାନ ଦେଇଛି । ୨୦୨୪-୨୫ ଆର୍ଥିକ ବର୍ଷରେ ଖୋର୍ଦ୍ଧା ରୋଡ ମଣ୍ଡଳ ୭୫ ନିୟୁତ ଟନ କୋଇଲା ୪ ନିୟୁତ ଟନର କଞ୍ଚାମାଲ ଇସ୍ପାତ କାରଖାନାକୁ ୭ ନିୟୁତ ଟନ ଉତ୍ପାଦ ଇସ୍ପାତ, ୫ ନିୟୁତ ଟନ ଲୁହାପଥର, ୩ ନିୟୁତ ଟନ ସାର ଏବଂ ୬ ନିୟୁତ ଟନ ଅନ୍ୟାନ୍ୟ ସାମଗ୍ରୀ ଅର୍ଥାତ୍ ସିମେଣ୍ଟ, ଖାଦ୍ୟ ଶସ୍ୟ, ଖଣିଜ ତେଲ ଇତ୍ୟାଦି ଲୋଡ୍ କରିଛି । ଚଳିତ ଆର୍ଥିକ ବର୍ଷରେ ଭାରତୀୟ ରେଲୱେରେ ଖୋର୍ଦ୍ଧାରୋଡ ମଣ୍ଡଳ ହେଉଛି ପ୍ରଥମ ମଣ୍ଡଳ, ଯାହାକି ୨୩୪ ଦିନରେ ୧୮୭ ମିଲିୟନ୍ ଟନ୍ ଟ୍ରାଫିକ୍ ପରିଚାଳନା କରିଛି (ଉଭୟ ଲୋଡିଂ ଏବଂ ଅନଲୋଡିଂ) । ୧ ଏପ୍ରିଲ ୨୦୨୪ ରୁ ୨୦ ନଭେମ୍ବର ୨୦୨୪ ଅବଧି ମଧ୍ୟରେ ଡିଭିଜନ୍ ୧୦୦ ନିୟୁତ ଟନ ମାଲ ଲୋଡ୍ କରିଛି ଏବଂ ୮୭ ନିୟୁତ ଟନ ଅନଲୋଡ୍ କରିଥିବା ରେଳବାଇ ସୂତ୍ରରୁ ପ୍ରକାଶ ।