ସର୍ପାଘାତରେ ବୃଦ୍ଧ ମୃତ

 ରାଜକନିକା:  ରାଜକନିକା ବ୍ଲକ ଅନ୍ତର୍ଗତ କାଟଣା ବଣିଆ ପଞ୍ଚାୟତର କାଟଣାବଣିଆ ଗାଁର ବଚ୍ଛ ପ୍ରଧାନ (୭୦)ଙ୍କୁ ସାପ କାମୁଡିବାରୁ ତାଙ୍କର ମୃତୁ୍ୟ ଘଟିଛି । ସୂଚନା ଅନୁଯାଇ କାଟଣାବଣିଆ ଗାଁର ବଚ୍ଛ ପ୍ରଧାନ ଗତକାଲି ବିଳମ୍ବିତ ରାତିରେ ଶୋଇଥିବା ବେଳେ ତାଙ୍କୁ ଗୋଟେ ବିଷାକ୍ତ ସାପ କାମୁଡି ଦେବାରୁ ସେ ପରିବାର ଲୋକଙ୍କୁ କହିଥିଲେ । ପରିବାର ଲୋକେ ତାଙ୍କୁ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।