କନ୍ୟା ସନ୍ତାନ ସୁରକ୍ଷା ପାଇଁ ସଚେତନତା ରଥ 

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ସମାଜ କଲ୍ୟାଣ ବିଭାଗ, ପକ୍ଷରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ପିସିପିଏନଡିଟି ଆକ୍ଟ ,୧୯୯୪ ଉପରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି  । ଏହି ଅବସରରେ କନ୍ୟା ଭୃଣ ହତ୍ୟାକୁ ବନ୍ଦ କରିବା ପାଇଁ ପ୍ରଥମେ ଏକ ସଚେତନତା ରଥ ି ସହର ପରିକ୍ରମା କରି ସଚେତନତା ସୃଷ୍ଟି କରାଯାଇଥିଲା । ଏହି ରଥକୁ ମୂଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ ଜ୍ୟୋତି ଶଙ୍କର ସାହୁ, ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ  । କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଜ୍ୟୋତି ଶଙ୍କର ସାହୁ ଯୋଗଦେଇ ଥିବା ବେଳେ, ଜିଲ୍ଲା ମୁଖ୍ୟ ଚିକିସôାଧିକାରୀ ଡଃ ରାଜଶ୍ରୀ ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ, ଜ୍ୟୋସô୍ନା ମୟୀ ଆଚାର୍ଯ୍ୟ, ଜିଲ୍ଲା ମୁଖ୍ୟ ଚିକିସôାଳୟର ଏ ଡି ଏମ୍ ଓ, ଡଃ ବି.ଏନ୍ ପାଢ଼ୀ, ଜିଲ୍ଲା ଯୋଗାଣ ଅଧିକାରୀ ସୁଗଦା ମୁର୍ମୁ, ଡି ଏମ୍ ପି, ସ୍ମିତା ମଞ୍ଜରୀ ମଲିକ, ଖୋର୍ଦ୍ଧା ଜିଲ୍ଲା ର ସମସ୍ତ ଶିଶୁ ବିକାଶ ଯୋଜନା ଅଧିକାରୀ ଓ ମଣ୍ଡଳ ପରିଦର୍ଶିକା ଉପସ୍ଥିତ ଥିଲେ  । ମୁଖ୍ୟ ଅତିଥି ଜ୍ୟୋତି ଶଙ୍କର ସାହୁ କନ୍ୟା ଭ୍ରୂଣ ହତ୍ୟା ଏକ ଜଘନ୍ୟ ଅପରାଧ କହିବା ସହିତ ଏହାକୁ କିପରି ଭାବେ ସମାଜ ରୁ ଉଚ୍ଛେଦ କରାଯିବ ଏବଂ ଏଥିପ୍ରତି ସମସ୍ତଙ୍କ ଦାୟିତ୍ୱ ରହିଛି ବୋଲି ବକ୍ତବ୍ୟ ରଖିଥିଲେ । ତୃଣମୂଳ ସ୍ତରରୁ ବହୁଳ ପ୍ରଚାର ଓ ସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ  । ଡିଏସପି କହିଥିଲେ କି ଝିଅ ମାନଙ୍କ ଉପରେ ହେଉଥିବା ପ୍ରତିଦିନ ର ଘଟଣା, ହିଂସା ଖବର ପୋଲିସ କୁ ନିଦ୍ୱନ୍ଦରେ ଖବର ଦେବା ଦରକାର ଯାହା ଫଳରେ କେହି ଆଇନ ହାତରୁ ଖସି ପାରିବେ ନାହିଁ  । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପୋଷଣ ସଂଯୋଜିକା ଆଭିଲିପସା ବେହେରା ସଂଯୋଜନା କରିଥିଲାବେଳେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ର ସମସ୍ତ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ ।