ଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମ
ଦାନଗଦୀ : ଦାନଗଦୀ ବ୍ଲକ କୁମ୍ଭୀରଗଡିଆ ପଂଚାୟତର ମାରୁଟିକର ସରକାରୀ ବିଦ୍ୟାଳୟ ପ୍ରାଙ୍ଗଣରେ ଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀ ନିଜର ସଂସ୍କୃତି ଉପରେ ବିଭିନ୍ନ ଖେଳନା ମାନ ତିଆରିକରି ପ୍ରଦର୍ଶନ କରିଥିଲେ । ପ୍ରଥମରୁ ପଂଚମ ଶ୍ରେଣୀର ପିଲାମାନଙ୍କ ମଧ୍ୟରେ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପ୍ରଣାମପତ୍ର ଦେଇ ଉତ୍ସାହିତ କରାଯାଇଥିଲା । କାର୍ଯ୍ୟକ୍ରମଟିକୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ସନାତନ ଗେଡି ପରିଚାଳନା କରିଥିବା ବେଳେ ଦାନଗଦୀ ମଣ୍ଡଳର ଅତିରିକ୍ତ ଶିକ୍ଷାଅଧିକାରୀ ଜୟରାମ ମଲ୍ଲିକ, ସିଆରସିସି କଳ୍ପତରୁ ତରାଇ, ଅକ୍ଷୟ କୁମାର ଦାସ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅର୍ଜୁନ ଦଳେଇ, ପ୍ରଭାତ ଦଳେଇ,ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ପରିଚାଳନା କମିଟି ସଭ୍ୟସଭ୍ୟା ଉପସ୍ଥିତ ଥିଲେ ।