ଗଞ୍ଜେଇ ମାଫିଆଙ୍କୁ ସଶ୍ରମ କାରାଦଣ୍ଡ

 ଆସିକା: ଆସିକା ଥାନା ଅନ୍ତର୍ଗତ ନଳବଣ୍ଟା ଗାଁ ନିକଟରେ  ଚୋରା ଗଞ୍ଜେଇ ମାଫିଆକୁ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ଗଞ୍ଜେଇ ମାଫିଆ ଠାରୁ ପାଞ୍ଚ କେଜି ପାଞ୍ଚ ସହ ଗଞ୍ଜେଇ ଜବତ କରିଥିଲେ  । ଗଞ୍ଜେଇ ମାଫିଆ ଜଣଙ୍କ ହେଲେ ଫୁଲ ବାଣୀ ଅଞ୍ଚଳର ବିନାୟକ ସେଠୀ । ତାଙ୍କୁ ଗିରଫ କରି ଅବକାରୀ ବିଭାଗ କୋର୍ଟ ଚାଲାଣ କରିଥିଲା । ଉକ୍ତ ମାମଲାର ରାୟ ଶୁଣାଣି ହୋଇଛି । ତିନି ଜଣ ସାକ୍ଷୀଙ୍କ  ବୟାନକୁ ନେଇ ଗଞ୍ଜେଇ ମାଫିଆ ବିନାୟକକୁ ପାଞ୍ଚ ବର୍ଷ ସଶ୍ରମ କକ୍ଷରା ଦଣ୍ଡାଦେଶ ହୋଇଛି  । ଏଥିସହ ପଚାଶ ହଜାର ଟଙ୍କା ଜରିମନା ସହ ଅନାଦେୟ ସ୍ଥଳେ ଅଧିକ ପାଞ୍ଚ ମାସ ଦଣ୍ଡା ଦେଶ ଶୁଣାଣି କରିଛନ୍ତି ବିଚାର ପତି ଆସିକା ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ପ୍ରବୀର କୁମାର ଚୌଧୀରୀ । ଏହି ମାମଲାକୁ ପରିଚାଳନା କରୁଥିଲେ ସରକାରୀ ଓକିଲ ସୂର୍ଯ୍ୟ ପ୍ରକାଶ ରାଓ ।