ପିସିସି ବଲାଙ୍ଗିର ପର୍ଯ୍ୟବେକ୍ଷକ ହେଲେ ପ୍ରଶାନ୍ତ

 ରାଜନଗର: ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବଲାଙ୍ଗିର ଜିଲ୍ଲାର ପର୍ଯ୍ୟବେକ୍ଷକ ରୂପେ ରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀର ଯୁବନେତା ପ୍ରଶାନ୍ତ କୁମାର ରାଉତ (ଲିପୁ) ଙ୍କୁ ନିଯୁକ୍ତି  ମିଳିଛି  । ଏହି ଅବସରରେ ନବନିଯୁକ୍ତ ପର୍ଯ୍ୟବେକ୍ଷକ ଶ୍ରୀ ରାଉତଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇବା ସହ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କୁ ରାଜନଗର ବ୍ଲକ କଂଗ୍ରେସ ପୂର୍ବତନ ସଭାପତି ଦାମୋଦର ବିଶ୍ୱାଳ ପଟ୍ଟାମୁଣ୍ଡାଇ, ବ୍ଲକ କଂଗ୍ରେସ ପୂର୍ବତନ ସଭାପତି ଧନେଶ୍ୱର ଦାସ, ଯୁବ ନେତା ସତ୍ୟ ପ୍ରିୟ ସାମଲ, ଅଶ୍ୱିନି ପାତ୍ର, ନାଗେଶ୍ୱର ସାହୁ, ବିଜୟ ପରିଡା, ସୁଶୀଲ କୁମାର ପ୍ରଧାନ, ସଞ୍ଜୟ ସାହୁ,  ବିକାଶ ସେଠୀ ରମାକାନ୍ତ ଜେନା ବୈକୁଣ୍ଠ ବିହାରୀ ବିଶ୍ୱାଳ ପ୍ରମୁଖ ସଭାପତି ଶ୍ରୀ ଦାସଙ୍କୁ କୃତଜ୍ଞତା ଜଣାଇବା ସହ ଶ୍ରୀ ରାଉତକୁ ଶୁଭେଚ୍ଛା ଜଣାଇଛନ୍ତି ।