ଦମ୍ପତି ଉପରେ ପୁଲିସର ଜୁଲମ

ଜଗତସିଂହପୁର  : ତିର୍ତ୍ତୋଲ ଥାନାର ଏଏସାଆଇ କେଦାର ସେନ ଦଳାଇ ପେଟ୍ରୋଲିଙ୍ଗ ସମୟରେ ଆସି କଟକ - ପାରାଦ୍ୱୀପ ରାସ୍ତା ଯଇପୁର ଛକରେ ଥିବା ଏକ ଚା ଦୋକାନରେ ୧୦ ତାରିଖ ବିଳମ୍ବିତ ରାତିରେ ଦମ୍ପତ୍ତିଙ୍କ ଉପରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ବିସ୍କୁଟ ଯାର, ଚା କପକୁ ଗୋଇଠା ମାରି ତଳେ ଫୋଫାଡ଼ି ଦେଇଥିଲେ  । ଏନେଇ ଜଗତସିଂହପୁର ଏସପିଙ୍କୁ ଚା ଦୋକାନୀ ସୁଶାନ୍ତ ବେହେରା ଓ ତାଙ୍କ ସ୍ତ୍ରୀ ବିନତି ସାହୁ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି  । ତିର୍ତ୍ତୋଲ ଥାନା ରଙ୍ଗଣୀ ସାହି ଗ୍ରାମର ଦାଶରଥି ବେହେରାଙ୍କ ପୁଅ ସୁଶାନ୍ତ ବେହେରା ଓ ତାଙ୍କ ସ୍ତ୍ରୀ ବିନତି ବେହେରା ଯଇପୁର ଛକରେ ଏକ ଚା ଦୋକାନ କରି ପରିବାର ପ୍ରତିପୋଷଣ କରିଥାନ୍ତି  । ଏହି ଦୋକାନୀ ସନ୍ଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲାଯାଇଥାଏ  । ପୋଲିସର ଏହି ଧମକପୂର୍ଣ୍ଣ ଗାଳିଗୁଲଜରେ ଭୟଭିତ ହୋଇ ଦୋକାନ ବନ୍ଦ କରି ଘରେ ରହିଥିଲେ  । ଭୟଭୀତ ଅବସ୍ଥାରେ ଘରେ ରହୁଥିବାରୁ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଥିବାରୁ ଆଜି ଜଗତସିଂହପୁର ଜÿିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ପହଂଚି ଅଭିଯୋଗ କରିବା ସହିତ ନ୍ୟାୟ ପାଇଁ ନିବେଦନ କରିଛନ୍ତି  ।