ମା’ଦରିଆ ରାମଚଣ୍ଡୀଙ୍କ ବାର୍ଷିକ ମେଳା ପାଇଁ ବୈଠକ
କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକର ଆରାଧ୍ୟା ଦେବୀ ମା’ଦରିଆ ରାମଚଣ୍ଡୀଙ୍କ ବାର୍ଷିକ ମେଳା ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଅଜାମ୍ବର ମହାନ୍ତି, ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ, ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ଉପ ଜିଲ୍ଲାପାଳ ଅରୁଣ କୁମାର ନାୟକ, ମହାକାଳପଡା ତହସିଲଦାର, ବିଡିଓ, କେନ୍ଦ୍ରାପଡା ଏସଡିପିଓ, ସଂସ୍କୃତି ଅଧିକାରୀ ତ୍ରିଭୁବନ ଜୟସିଂହ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ମେଳାକୁ ସରସ ସୁନ୍ଦର କରିବା ସହ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବାକୁ ଜନ ସାଧାରଣଙ୍କ ସହଯୋଗ କାମନା କରିଥିଲେ । ମେଳା ଅବଧି ମଧ୍ୟରେ ନିରନ୍ତର ବିଦୁ୍ୟତ୍ ସେବା ଯୋଗାଇ ଦେବା ଓ ପାନୀୟ ଜଳ ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରଙ୍କୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଛନ୍ତି । ପୁଲିସ ପ୍ରଶାସନ ପକ୍ଷରୁ ଯାନବାହନ ନିୟନ୍ତ୍ରଣ ସହ ବିଭିନ୍ନ ପ୍ରକାର ଅସାମାଜିକ ତତ୍ତ୍ୱଙ୍କ ଗତିବିଧି ଉପରେ କଡା ନଜର ରକାଯିବା ସହ କୈାଣସି ପ୍ରକାର ବିଶୃଙ୍ଖଳାକୁ ବରଦାସ୍ତ କରାଯିବା ନାହିଁ ବୋଲି ସଂପୃକ୍ତ ଥାନା ଅଧିକାରୀଙ୍କୁ ଏସପି ଶ୍ରୀ କଟାରିଆ ନିଦେ୍ର୍ଦଶ ଦେଇଥିବା ଜଣାପଡିଛି ।
 
 Rasmita Behera
                                    Rasmita Behera                                 
    
             
    
 
    
 
 
 
