କର୍ମଜୀବୀ ସାମ୍ୱାଦିକ ସଂଘର ସମ୍ମିଳନୀ

ଜୟପୁର : ଓଡ଼ିଶା ରାଜ୍ୟ କର୍ମଜୀବୀ ସାମ୍ୱାଦିକ ସଂଘର ରାଜ୍ୟ ସମ୍ମିଳନୀ ଜୟପୁର ସହରର ଏକ ହୋଟେଲର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ମୁଖ୍ୟଅତିଥି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ରହିଥିବାବେଳେ ଅତିଥି ଭାବେ କେସିସି ବ୍ୟାଙ୍କ ସଭାପତି ଇଂ ଇଶ୍ୱର ପାଣିଗ୍ରାହୀ, ଜୟପୁର ପୌର ପରିଷଦ ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତି ଏବଂ ବିଶିଷ୍ଟ ବ୍ୟବସାୟୀ ଏବଂ ସମାଜସେବୀ ସଞ୍ଜୁ ଜୈନ ରହିଥିବାବେଳେ ସଂଘ ରାଜ୍ୟ ଉପସଭାପତି ସତ୍ୟଜିତ୍ ରାୟ ଚୌଧୁରୀ ଏବଂ ରାଜ୍ୟ ସାଧାରଣ ସମ୍ପାଦକ ନିରଞ୍ଜନ ବିଶ୍ୱାଳ, ରାଜ୍ୟ ସମ୍ପାଦକ  ନାରାୟଣୀ ପ୍ରସାଦ ମିଶ୍ର ରାଜ୍ୟ ସହ ସମ୍ପାଦକ ମଞ୍ଚାସୀନ ଥିଲେ । ଏହି ରାଜ୍ୟ ସମ୍ମିଳନୀରେ ନିଆଯାଇଥିବା ପ୍ରସ୍ତାବ ଗୁଡ଼ିକ ମଧ୍ୟରୁ କାର୍ଯ୍ୟରତ ସାମ୍ୱାଦିକଙ୍କ ନିମନ୍ତେ ପେନ୍ସନ, ସ୍ୱାସ୍ଥ୍ୟ ବୀମା ରାଶି ବୃଦ୍ଧି, ସାମ୍ୱାଦିକ ସୁରକ୍ଷା ଆଇନ ଆଣିବା, ଭୁବନେଶ୍ୱରରେ ସାମ୍ୱାଦିକ ଭବନ ନିର୍ମାଣ ଇତ୍ୟାଦି ଦାବି କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ରାଜ୍ୟ ସମ୍ମିଳନୀରେ ରାଜ୍ୟର ୩୦ ଗୋଟି ଜିଲ୍ଲାରୁ ଓଏସଡାବ୍ଲୁଜେର ୧୪୦ ଜଣ ସଭ୍ୟ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ କୋରାପୁଟ ଜିଲ୍ଲାର ଜଗେନ୍ଦ୍ର ସିଂଙ୍ଗ ଏବଂ ସୁଭାଶିଷ ନାୟକ ଆୟୋଜନ କରିଥିଲେ ।