କୁଲାରିକୁଦରେ ହାତୀ ଉପଦ୍ରବ
ବୌଦ୍ଧ : ବୌଦ୍ଧ ଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ମର୍ଜାକୁଦ ଦ୍ୱୀପ ନିକଟରେ ଥିବା କୁଲାରିକୁଦ ଦ୍ୱୀପରେ ଗତ କିଛିଦିନ ତଳେ ୮ଟି ହାତୀ ଆସି ଦୀର୍ଘ ଛଅ ଦିନ ରହି ବ୍ୟାପକ ଗଛ ନଷ୍ଟ କରିଥିବା ଜଣାପଡିଛି । କୁଲାରୀକୁଦ ଦ୍ୱୀପରେ ବନ ବିଭାଗ ପକ୍ଷରୁ ୮ହେକ୍ଟର ଜାଗାରେ ପ୍ରାୟ ୧୨ ହଜାର ୮ ଶହ ହରିଡା, ବାହାଡା, ଅଁଳା, ଫାସି, ଅର୍ଜ୍ଜୁନ, କରଂଜ, ପିସ୍ତାବାଦାମ,ଲିମ୍ବ, ଜାମ୍ମୁ ସମେତ ବିଭିନ୍ନ ଔଷଧୀୟ ଗଛ ଲଗାଯାଇଥିଲା । ହାତୀପଲ ଯେହେତୁ ଛଅ ଦିନ ସେଠାରେ ରହିଥିଲେ । ଏବଂ ଦ୍ୱୀପର ଚାରିପଟେ ପାଣି ରହିଥିବାରୁ କୁଦର ବାହାରକୁ ଯାଇ ନ ପାରି ସେଠାରେ ଉପଦ୍ରବ କରିଥିବା ଅନୁମାନ କରାଯାଉଛି । ବନ ବିଭାଗ ପକ୍ଷରୁ ଡ୍ରୋନ ସାହାର୍ଯ୍ୟରେ କ୍ଷୟକ୍ଷତି ଜାଣିବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ସଠିକ ଭାବରେ ଜଣାପଡିନଥିଲା । ବର୍ତ୍ତମାନ ମହାନଦୀ ଦୁଇ କୂଳଖାଇ ପାଣି ଯାଉଥିବା ବେଳେ ଭରା ନଦୀରୁ ପାଣି ଛାଡିଲେ ବନ ବିଭାଗ ସେଠାକୁ ଯାଇ କ୍ଷୟକ୍ଷତି ଆକଳନ କରିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।