କଲେଜରେ ଆଇକୁ୍ୟଏସି କର୍ମଶାଳା 

 ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ କଲେଜ ଆଇକୁ୍ୟଏସି  ଆନୁକୂଲ୍ୟରେ ଏନଭାରମେଣ୍ଟ ଏଣ୍ଟରପେନିଓରସିପ ଆଣ୍ଡ ଇଣ୍ଡଷ୍ଟ୍ରି ଇନ ଦ କଣ୍ଟେଣ୍ଟ ଅଫ ଏନଇପି -୨୦୨୦ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟ ଓ ଅଧ୍ୟାପକ ସୁଭାଶିଷ ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଆଲୋଚନାଚକ୍ରରେ ରସାୟନବିତ ବୈଜ୍ଞାନିକ ଚିତ୍ତ ରଞ୍ଜନ ମିଶ୍ର ମୁଖ୍ୟଅତିଥି, ପରିବେଶବିତ ବଦ୍ରି ନାରାୟଣ ମହାନ୍ତି ଓ ଗ୍ରାମ ଉତ୍ଥାନ ସମ୍ପାଦକ ଗୋବିନ୍ଦ ନାୟକ ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ । ପ୍ରାଧ୍ୟାପକ ଡ. ସୁନୀଲ ପ୍ରଧାନ ସ୍ୱାଗତଭାଷଣ ଦେଇଥିଲେ ।  ଏଥିରେ ପ୍ରାଧ୍ୟାପକ ଡ. ଦୁଃଶାସନ ପରିଡା, ଡ଼ ରମେଶ ସାହୁ, ଡ. ଫକୀର ପ୍ରଧାନ, କ୍ୟାପଟେନ ମନୋଜ ପରିଡା, ଡ. ନିବେଦିତା ପ୍ରଧାନ, ଅମୀୟ ଦାସ, ନିବେଦିତା ନାୟକ, ଅଧ୍ୟାପକ ପ୍ରଦୁ୍ୟମ୍ନ ପ୍ରଧାନ, ସରୋଜ ନାୟକ, ଅମିତ ସାହୁ, ରଞ୍ଜନ ଗାହାଣ, ଅଧ୍ୟାପକ ଜିତେନ୍ଦ୍ର ମଲ୍ଲିକ ଧନ୍ୟବାଦ ଦେଇଥିଲା ବେଳେ, ସୁଶାନ୍ତ ବାରିକ ଓ ଗଣେଶ୍ୱର ଦାସ ପରିଚାଳନା କରିଥିଲେ   ।