ଆଇନ ସଚେତନତା ଶିବିର
ପଟ୍ଟାମୁଣ୍ଡାଇ: ସୁପ୍ରିମ କୋର୍ଟର ରାୟକୁ ଇଂରାଜୀ ଭାଷା ବଦଳରେ ଆଞ୍ଚଳିକ ଭାଷାରେ ଅନୁବାଦ କରିବା ସମ୍ପର୍କରେ ତାଲୁକ ଆଇନ ସେବା ସମିତି ପକ୍ଷରୁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ପଟ୍ଟାମୁଣ୍ଡାଇ ସିଭିଲ କୋର୍ଟ ଅତିରିକ୍ତ ଜିଲ୍ଲା ଜଜ୍ ବିଦ୍ୟାଧର ପୃଷ୍ଟିଙ୍କ ପୌରହିତ୍ୟ ଓ ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷା ସବଜଜ ସୁଶ୍ରୀ ସଂଗୀତା ମଲ୍ଲିକଙ୍କ ସଂଯୋଜନାରେ ଜେଏମଏଫସି ଡି.କେ. ବାଲକ୍ରୀଷନ ଆଞ୍ଚଳିକ ଭାଷାରେ ସୁପ୍ରିମକୋର୍ଟ ଠାରୁ ଆରମ୍ଭ କରି ବିଭିନ୍ନ କୋର୍ଟ ରାୟ ବାହାରିଲେ ବିଭିନ୍ନ ଭାଷାଭାଷୀ ଲୋକମାନେ ରାୟକୁ ପଢ଼ି ବୁଝି ପାରିବେ ବୋଲି ମତ ପ୍ରକାଶ କରିଥିଲେ । ଓକିଲ ସଂଘ କୋଷାଧ୍ୟକ୍ଷ ଧୀରେନ୍ଦ୍ରନାଥ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଆଇନୀଜୀବୀ ଭବାନୀ ଶଙ୍କର ପଣ୍ଡା , ଶରତ ମଲ୍ଲିକ, ମୁରଲୀଧର ସିଂହ, ବିକ୍ରମ ସାମଲ, ବକୁଳ ଚନ୍ଦ୍ର ନାୟକ, ନିତ୍ୟାନନ୍ଦ ସେଠୀ, ସଞ୍ଜୟ ଧଳ, ବିମଲ କାନ୍ତ ପ୍ରଧାନ, ଜନ କୁମାର ହାଁସଦା, ବିଶ୍ୱଜିତ ସାହାଣୀ, ଅରବିନ୍ଦ ରାଉତରାୟ, ମଧୁସ୍ମିତା ରାମ, ପ୍ରିୟମ୍ବଦା ବେହେରା, ଚନ୍ଦ୍ର ଶେଖର ଲେଙ୍କା, ସୌମ୍ୟ ଶୁଭକାନ୍ତ ଷଡ଼ଙ୍ଗୀ, ସୁନିତା ବେହୁରା, ଗଣନାଥ ତ୍ରିପାଠୀ, ସୌମ୍ୟ ରଞ୍ଜନ ପଣ୍ଡା, ରାଜେନ୍ଦ୍ର ମୁର୍ମୁ, ଅନିଲ ବାରିକ, ମନୋଜ ମାଝୀ, ଦୀପକ ସାମଲ, ବିଭୁତି ଭୂଷଣ ବେହେରା, ମାନସ ରଞ୍ଜନ ସ୍ୱାଇଁ, ସୁଧାଂଶୁ ଲେଙ୍କା ,ଲିଗାଲ ଏଡ଼ କର୍ମକର୍ତା ଅପର୍ଣା ସାମଲ, ମୋହନ ଦାଶ, ଅମରେନ୍ଦ୍ର ରାଉତ, ଅରବିନ୍ଦ ପଣ୍ଡା,ସୁରେଶ ନରେନ୍ଦ୍ର ପରମୁଖ ଉପସ୍ଥିତ ଥିଲେ ।