କଲେଜରେ ଦର୍ଶନଶାସ୍ତ୍ର ବିଭାଗ ଆଲୋଚନାଚକ୍ର

ଜଟଣୀ: ଦର୍ଶନଶାସ୍ତ୍ର ବିଭାଗ ପକ୍ଷରୁ ‘ଭଗବଦ୍ ଗୀତାର ସଂଦେଶ’ ଶୀର୍ଷକ ଏକ ଆଲୋଚନାଚକ୍ର ଏହାର ସମ୍ମିଳନୀ କକ୍ଷରେ ଅଧ୍ୟକ୍ଷ ଡ. ରାଜୀବ କୁମାର କରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଆଧାର ପୁରୁଷ ଭାବେ ନୟାଗଡ଼ ସ୍ୱୟଂଶାସିତ କଲେଜ, ଅଧ୍ୟାପକ ଡ. ପ୍ରମୋଦ କୁମାର ଦାଶ ଯୋଗଦାନ କରି ଭଗବଦ୍ ଗୀତାର ବାର୍ତ୍ତା କିପରି ସର୍ବକାଳୀନ ଓ ସର୍ବଜନ ଗ୍ରାହ୍ୟ ସତ୍ୟ ଉପରେ ଆଧାରିତ ସେ ବିଷୟରେ ଆଲୋକପାତ କରିବା ସହ ଏହାର ଅନୁପାଳନ କିପରି ପ୍ରତ୍ୟେକ ମନୁଷ୍ୟକୁ ଚରମ ଲକ୍ଷ୍ୟରେ ପ୍ରତିଷ୍ଠିତ କରିବାରେ ସାହାଯ୍ୟ କରେ ସେ ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ଅଧ୍ୟକ୍ଷ ଡ. କର ଭଗବଦ୍ ଗୀତାର ନିଷ୍ମାମ କର୍ମ ଉପରେ ନିଜର ସୁଚିନ୍ତିତ ମତାମତ ରଖିବା ସହ ପ୍ରାରମ୍ଭରେ ବିଭାଗୀୟ ମୁଖ୍ୟ ତଥା ପ୍ରାଧ୍ୟାପକ ଡ. ପ୍ରଶାନ୍ତ ପାଣିଗ୍ରାହୀ ଅତିଥିଙ୍କ ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପାଠଚକ୍ରର ଭିତ୍ତିନିବନ୍ଧ ଉପସ୍ଥାପନ କରିଥିଲେ ବିଭାଗର ଅନ୍ୟତମ ଅଧ୍ୟାପିକା ଶ୍ରୀମତୀ ସସ୍ମିତା ମୁଦୁଲି । ତୃତୀୟ ବର୍ଷର ଛାତ୍ରୀ ତଥା ସମ୍ପାଦିକା ଶୁଭଲକ୍ଷ୍ମୀ ପରିଡ଼ା, ଅନିଶା ଓ ପ୍ରଥମ ବର୍ଷର ରଶ୍ମିତା ଏହି ବିଷୟରେ ନିବନ୍ଧ ଉପସ୍ଥାପନ କରିଥଲେ । ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଦ୍ୱାରା ଅତିଥିମାନେ ଛାତ୍ରଛାତ୍ରୀଙ୍କ ଅନେକ ସନେ୍ଦହକୁ ଦୂରୀଭୂତ କରିଥିଲେ । ଅଧ୍ୟାପିକା ଶ୍ରୀମତୀ ମୁଦୁଲି ଧନ୍ୟବାଦ ଅର୍ପଣ କରିବା ସହ ପ୍ରଶାସନିକ ଅଧିକାରୀ ଅଜିତ ସୁନ୍ଦରାୟ +୩ ଓ +୨ର ପରୀକ୍ଷା ନିୟନ୍ତ୍ରକ ଡ. ଅନୁପ ମହାନ୍ତି, ଡ. ଅମିତ ବିକ୍ରମ ପଟ୍ଟନାୟକ, ଡ. ତପନ ମିଶ୍ର, ପ୍ରତାପ କୁମାର ମହାପାତ୍ର ଓ ଦେବପ୍ରସାଦ ମଲ୍ଲିକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।