କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଦାବି 

ରାଜକନିକା: ଅଦିନିଆ ବର୍ଷା ରେ ଚାଷୀକୁଳର କ୍ଷତି ପାଇଁ ରାଜକନିକା ବ୍ଲକ ଅଖିଳ ଭାରତ କୃଷକ ସଭା ପକ୍ଷରୁ ଏକ ଶୋଭା ଯାତ୍ରା କରାଯାଇ କନିକା ତହସିଲଦାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, ରାଜସ୍ୱ ମନ୍ତ୍ରୀ, ସମବାୟ ମନ୍ତ୍ରୀ ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କ ଧାନକୁ ବିନା କଟକଣାରେ ମଣ୍ଡିକୁ ନିଆଯିବା, କୃଷି ଋଣ ଛାଡ଼ ସହ ନୂଆ କରି ବିନା ସୁଧରେ ଋଣ ପ୍ରଦାନ, ଫସଲ ହାନି ଯୋଗୁଁ ଆତ୍ମହତ୍ୟା କରିଥିବା ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ଆଦି ୧୦ ଦଫା ଦାବିରେ ଜିଲ୍ଲା ସମ୍ପାଦକ ଗ୍ୟାଧର ଧଳ, ବ୍ଲକ୍ ସମ୍ପାଦକ କୃପାସିନ୍ଧୁ ପଣ୍ଡା, କୃଷକ ନେତା ଦାମୋଦର ଧଳ, କାଳୀ ପ୍ରସାଦ ନାୟକ, ନବକିଶୋର ସୁତାର, ରମାକାନ୍ତ ବେହେରା, କୁର୍ତ୍ତିବାସ ଦାସ, ନୁରସିଂହ ତରାଇ, ରାଜକିଶୋର ବେହେରା, ଉମାକାନ୍ତ ମାଝୀଙ୍କ ସମେତ ବହୁ ଚାଷୀ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ ।