କଳିଙ୍ଗ ଷ୍ଟାଡିୟମରେ ସ୍ୱାଧୀନତା ଦିବସ ପାଳିତ
ଭୁବନେଶ୍ୱର : ଓଡିଶା ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ କଳିଙ୍ଗ ଷ୍ଟାଡିୟମରେ ପାଳିତ ହୋଇଥିବା ୭୯ତମ ସ୍ୱାଧୀନତା ଦିବସରେ ନିଦେ୍ର୍ଦଶକ ଡ.ୟେଦୁଲା ବିଜୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଅଭିବାଦନ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ହକି ପ୍ରମୋସନ କାଉନସିଲ, ଓଡ଼ିଶାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଦୀପଙ୍କର ମହାପାତ୍ର, କ୍ରୀଡା ଓ ଯୁବସେବା ବିଭାଗର ଅତିରିକ୍ତ ଶାସନ ସଚିବ ଅଶୋକ କୁମାର ପଣ୍ଡା ଏବଂବିଜୟ କୁମାର ସ୍ୱାଇଁ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ କଳିଙ୍ଗ ଷ୍ଟାଡିୟମର ମୁଖ୍ୟ ସୁରକ୍ଷା ଅଧିକାରୀ କର୍ଣ୍ଣେଲ ଏସ.କେ. ପୃଷ୍ଟିଙ୍କ ନେତୃତ୍ୱରେ କ୍ରୀଡା ଛାତ୍ରାବାସ, ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ (ତମାଣ୍ଡୋ)ର ଛାତ୍ରଛାତ୍ରୀ, ସୁରକ୍ଷା କର୍ମଚାରୀମାନେ ପ୍ରଶଂସନୀୟ ପରେଡ୍ ପ୍ରଦର୍ଶନ କରିଥିଲେ ।