ବିଦାୟ ସମ୍ବର୍ଦ୍ଧନା ସଭା

 ନୂଆପଡା : ନୂଆପଡା ଜିଲ୍ଲା ସିନାପାଲି ଜେଏମ୍ଏଫ୍ସିରେ କାର୍ଯ୍ୟରତ ଆଇନଜୀବୀ ଇନ୍ଦ୍ରଦୁ୍ୟମ୍ନ ମାଝୀଙ୍କୁ ଆଜି ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ସିନାପାଲି ଜେଏମ୍ଏଫ୍ସି କୋର୍ଟରେ ୨୦୧୮ରୁ କାର୍ଯ୍ୟରତ ରହି ଜଣେ ନିଷ୍ଠାବାନ ଓ କର୍ତ୍ତବ୍ୟ ପରାୟଣ  ବ୍ୟକ୍ତି ଭାବରେ ନ୍ୟାୟ ପ୍ରଦାନ କରି ଆସୁଥିଲେ । ବର୍ତ୍ତମାନ ଶ୍ରୀ ମାଝୀଙ୍କୁ ଟିଟିଲାଗଡ କୋର୍ଟକୁ ଏପିପି ଭାବରେ ବଦଳି ହୋଇଥିବା ବେଳେ, ସିନାପାଲି ପ୍ରଥମ ବିଚାର ବିଭାଗୀୟ କୋର୍ଟରେ ସରକାରୀ ଓକିଲ ଭାବରେ କାର୍ଯ୍ୟରତ ଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ଓକିଲ ସଙ୍ଘ ସଭାପତି ବାଣୀବଲ୍ଳଭ ପାଣିଗ୍ରାହୀ, ସମ୍ପାଦକ ରୁଷଭ ମେହେର, କୋଷାଧ୍ୟକ୍ଷ ଗୁଣସାଗର ମେହେର ସମେତ ଆଇନଜୀବୀ ସୁବ୍ରତ ମେହେର, ଗଣେଶଚନ୍ଦ୍ର ମେହେର, ଜ୍ୟୋତିପ୍ରକାଶ ମେହେର, ନୀଳାଞ୍ଚଳ ମେହେର, ମିନିକେତନ ମାଝୀ, ସଞ୍ଜୟ ବେହେରା, ବିଜୟାନନ୍ଦ ବେହେରା କ୍ଷେତ୍ରମୋହନ ଗହୀର, ସଞ୍ଜୟ ମେହେର, ସମେତ ସମସ୍ତ ଆଇନଜୀବୀଙ୍କ ଉପସ୍ଥିତରେ ତାଙ୍କର ବିଗତ ଦିନର କାର୍ଯ୍ୟକଳାପକୁ ନେଇ ସ୍ମୃତିଚାରଣ  କରିଥିଲେ ।