କାଠ ବୋଝେଇ ୩ ଗାଡ଼ି ଜବତ
ବଡ଼ସାହି : ବଡ଼ସାହି ନିକଟସ୍ଥ ବାରୁଡ଼ିହି ମୌଜାରେ ଥିବା ସଂରକ୍ଷିତ ଜଙ୍ଗଲରୁ କାଠ ବୋଝେଇ ୩ଗାଡ଼ି ଜବତ କରାଯାଇଛି । ବଡ଼ସାହି ବନପାଳ ସମ୍ପୃକ୍ତ ୩ ଟି ଗାଡ଼ିକୁ ଜବତ କରି ନିଜ କାର୍ଯ୍ୟାଳୟ ପରିସରକୁ ନେଇଛନ୍ତି । ଏ ସମ୍ପର୍କରେ ନିଜେ ତଦନ୍ତ କରିବା ସହ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାଇଛନ୍ତି । ସଂରକ୍ଷିତ ଜଙ୍ଗଲରୁ ଚାଲାଣ କରାଯାଉଥିବା ଗ୍ରାମବାସୀ କହୁଥିବା ବେଳେ ଶାରଦ ୩ ଭଳି ନିଜସ୍ୱ ଜମିରୁ ଆକାଶିଆ କାଠ କୌଣସି ପର୍ମିଟ ନ ନେଇ ନେଉଥିବା ସମ୍ପର୍କରେ ବନପାଳ ନିଜେ କହିଛନ୍ତି ।