କାରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ୫ ଯାତ୍ରୀ

 ଟାଙ୍ଗୀ-ଚୌଦ୍ୱାର : କଲକତାରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ଜାତୀୟ ରାଜପଥ ୧୬ ନୀର୍ଗୁଣ୍ଡି ଓଭରବ୍ରିଜ୍ରେ ଉପରେ  ଏକ କାର ହଠାତ୍ ଟ୍ରକ୍ର ପଛରେ ଧକ୍କା ଲାଗିବାରୁ କାରରେ ଲାଗିଯାଇଥିଲା ନିଆଁ । ନିଆଁର ତୀବ୍ରତାରେ କାରଟି ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଛି । ଘଟଣା ସମ୍ପର୍କରେ ସୂଚନା ପାଇ ଟାଙ୍ଗୀ ପେଟ୍ରୋଲିଂ ପୁଲିସ୍ ଓ ଚୌଦ୍ୱାର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି, କାରରେ ନିଆଁକୁ ନିୟନ୍ତ୍ରଣରେ କରିଥିଲେ ସୌଭାଗ୍ୟବଶତଃ, କାରରେ ଥିବା ପାଞ୍ଚଜଣ ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା ଏବଂ ସେମାନଙ୍କୁ ଅନ୍ୟ ଗାଡ଼ିରେ ପୁରୀ ପଠାଯାଇଥିଲା ।