ସହରରେ ପଶିଲେ ହାତୀପଲ
ତାଳଚେର: ପୂର୍ବରୁ କଙ୍କିଳି ଧରମପୁର, କଣ୍ଢାଳ, ସନ୍ଥପଡା ଗୁରୁଜାଙ୍ଗୁଲି ପଂଚାୟତ ଅଂଚଳରେ ହାତୀପଲ ପଶି କ୍ଷୟକ୍ଷତି କରିବା ସହିତ ସହର ମଧ୍ୟରେ ପଶି ଗୋଟଏ ଦନ୍ତାହାତୀ ୭ଜଣଙ୍କୁ ମାରିଥିବା ଘଟଣା ସେହି ସମୟରେ ଲୋକଙ୍କ ମନରେ ଏକ ଆତଙ୍କ ଖେଳାଇ ଦେଇଥିଲା । ତେବେ ଏହି ହାତୀପଲ ଗତକାଲି ବିଳମ୍ବିତ ରାତ୍ରୀରେ ତାଳଚେର ପୌରପିଷଦ ୧୬ନମ୍ବର ୱାର୍ଡ଼ ଗୋପୀନାଥପୁର ଗ୍ରାମରେ ପଶି କ୍ଷୟକ୍ଷତି କରିଥିବା ଅଭିଯୋଗ ହୋଇଛି । ଏହି ହାତୀପଲ ଢ଼େଙ୍କାନାଳ ଜିଲ୍ଳା ପର୍ଜଙ୍ଗ ଅଂଚଳରୁ ବ୍ରାହ୍ମଣୀନଦୀ ପାର ହୋଇ ଗୋପୀନାଥପୁର ପଂହଚିଥିଲେ ବୋଲି ଶୁଣାଯାଉଛି । ଅଂଚଳବାସୀ ହାତୀପଲକୁ ଦେଖି ଭୟଭିତ ହେବା ସହିତ ଗ୍ରାମରେ ଥିବା କୁକୁରମାନେ ଭୋକିବା ଏବଂ ଗାଈବାଛୁରୀ ସବୁ ଦୌଡି ପଳାଇଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ତେବେ କ୍ଷୟକ୍ଷତି ଆକଳନ ସମ୍ପୂର୍ଣ୍ଣ ତଥ୍ୟ ଜଣାପଡି ନଥିଲେ ମଧ୍ୟ ଏସମ୍ପର୍କରେ ତାଳଚେର ରେଞ୍ଜରକୁ ଫୋନ ମାଧ୍ୟମରେ ଯୋଗାଯୋଗ କରାଯାଇଥିଲେ ହେଁ ସମ୍ଭବ ହୋଇପାରିନଥିଲା । ଏହି ହାତୀପଲ ପଂଚାୟତ ଛାଡି ଏବେ ସହରମୁହାଁ ହୋଇଥିବାରୁ ଅଂଚଳବାସୀ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଭିନ୍ନ ଭିନ୍ନ ସମୟରେ ସ୍ଥାନୀୟ ବନବିଭାଗ ପକ୍ଷରୁ ଓ ଲୋଙ୍କ ସହାୟତାରେ ହାତୀପଲକୁ ବାରମ୍ବାର ଘୋଡାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ହାତୀପଲ୍ଲ ନଈପାର ହୋଇ ପର୍ଜଙ୍ଗ ବ୍ଲକକୁ ପଳାଇ ଯାଇ ପୁନଶ୍ଚ ସେହି ଅଂଚଳବାସୀ ଓ ବନବିଭାଗ ଘଇଡାଇଥିବାରୁ ସେମାନେ ରାସ୍ତାନପାଇ ଏବେ ସହର ମୁହାଁ ହେଉଛନ୍ତି । ତେବେ ହାତୀ କରିଡର କରାଯିବା ନେଇ ସାଧାରଣରେ ଦାବି ହୋଇଛି ।