କାରାଗାର ପ୍ରତିଷ୍ଠା ଦିବସ ପାଳିତ
ନବରଙ୍ଗପୁର: ନବରଙ୍ଗପୁର ଉପ-କାରାଗାରରେ "କାରାଗାର ପ୍ରତିଷ୍ଠା ଦିବସ' ଓ ଅନ୍ତରାଷ୍ଟ୍ରୀୟ ମାନବ ଅଧିକାର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଅଧିକ୍ଷକ ଦେବେନ୍ଦ୍ର କୁମାର ଥାଟିଙ୍କ ପୌରାହିତ୍ୟରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ ସୁବ୍ରତ ମହାନ୍ତି, ଜିଲ୍ଲା ଓ ସତ୍ର ନ୍ୟାୟାଧୀଶ, ନବରଙ୍ଗପୁର ଏବଂ ସୁକାନ୍ତ କିଶୋର ଜେନା, ରେଜିଷ୍ଟ୍ରାର, ସିଭିଲ କୋଟ ସମୂହ, ନବରଙ୍ଗପୁର ତଥା ଭାରପ୍ରାପ୍ତ ସଚିବ, ଜିଲ୍ଲା ବିଧି ସେବା ପ୍ରାଧିକରଣ, ନବରଙ୍ଗପୁର ଯଥାକ୍ରମେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଅତିଥିଗଣ ଅନ୍ତେବାସୀଂକୁ ସମ୍ବୋଧିତ କରି କହିଥିଲେ ଯେ, କେହି ଜନ୍ମରୁ ଅପରାଧୀ ନ ଥାନ୍ତି । କୌଣସି କାର୍ଯ୍ୟ କରିବା ଆଗରୁ ବିଚାର କରି, ଭଲ ମଣିଷ ଭାବେ ସମାଜରେ ଚଳିବା ପାଇଁ ଉପଦେଶ ଦେଇଥିଲେ । ଏହି ଅବସରରେ ଜେଲ ଭିତରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତି ଅନ୍ତେବାସୀଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଉତ୍ତମ କାରାସେବା ପାଇଁ ଜେଲ କର୍ମଚାରୀ ମୋନାଲିସା ପାଇକରାୟ, ଗୋପାଳ ଖରା, ସୁଜିତ ପଟେଲ ଏବଂ ଅନ୍ତେବାସୀ ତନ୍ମୟ ବେହେରା, ନବୀନ ଅମାନତ୍ୟ ଓ ଝିତୃ ଜାନିଙ୍କୁ ଅର୍ଥ ରାଶି ଓ ପ୍ରମାଣ ପତ୍ର ସହ ସମ୍ମାନିତ କରାଯାଇଥିଲା । ଅନ୍ତେବାସୀ ହେମନ୍ତ ଗରଡ଼ା ‘ଗୀତ’ ଓ ଏ ବିନୋଦ କୁମାର ‘ନୃତ୍ୟ’ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ଟେଲି ଫିଲ୍ମ ନିଦେ୍ର୍ଦଶକ ମନୋଜ କୁମାର ପଟ୍ଟନାୟକଙ୍କ ରଚନା ଓ ନିଦେ୍ର୍ଦଶନାରେ ଅନ୍ତେବାସୀଙ୍କ ଦ୍ୱାରା ନାଟକ "ଅନୁତାପ' ମଞ୍ଚସ୍ଥ ହୋଇଥିଲା ।